୫୦% କର୍ମଚାରୀରେ ଚାଲିବ ରାଜ୍ୟର ସମସ୍ତ ସରକାରୀ ଅଫିସ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ କଟକଣା ଲଗାଯାଇଛି। ଏହି କ୍ରମରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ୫୦% କର୍ମଚାରୀରେ କାମ କରିବେ ବୋଲି କୁହାଯାଇଛି। ଜୁଲାଇ ମାସରେ ୫୦% କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ। କେଉଁ କର୍ମଚାରୀ ଅଫିସ ଆସିବେ, ସମ୍ପୃକ୍ତ ବିଭାଗ ସ୍ଥିର କରିବେ। ଯେଉଁ କର୍ମଚାରୀ ଅଫିସ ଆସିବେ ନାହିଁ, ସେମାନଙ୍କୁ ଘରେ ରହିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

Share