Categories: ଜାତୀୟ

ଓ୍ବାଙ୍ଖଡେଙ୍କ ଅଡ଼ୁଆ ବଢ଼ିଲା, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ମୁମ୍ବାଇ,୨୭।୫: ମୁମ୍ବାଇ କ୍ରୁସ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ କ୍ଲିନ୍‌ଚିଟ୍‌ ମିଳିବା ପରେ ପୂର୍ବତନ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ଅଡ଼ୁଆ ବଢ଼ିଛି। ମାମଲାରେ ଉଚିତ୍‌ ତଦନ୍ତ ହୋଇ ନ ଥିବାରୁ ୱାଙ୍ଖଡ଼େଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆର୍ଯ୍ୟନଙ୍କୁ ଏନସିବି ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଗିରଫ କରିଥିଲା। ଜେରା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ନିମ୍ନ ଅଦାଲତ ଆର୍ଯ୍ୟଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ପରେ ଆର୍ଯ୍ୟନ ବମ୍ବେ ହାଇକୋର୍ଟର ଦାରସ୍ଥ ହୋଇଥିଲେ। ଅକ୍ଟୋବର ୨୯ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଆର୍ଯ୍ୟନ ଅକ୍ଟୋବର ୩୦ରେ ଜେଲରୁ ମୁକୁଳିଥିଲେ। ତେବେ ଆର୍ଯ୍ୟନଙ୍କୁ ଶୁକ୍ରବାର ଏନ୍‌ସିବି ପକ୍ଷରୁ କ୍ଲିନ ଚିଟ୍‌ ମିଳିଛି। କୋର୍ଟରେ ଦାଖଲ କରାଯାଇଥିବା ୬୦୦୦ ପୃଷ୍ଠାର ଚାର୍ଜଶିଟ୍‌ରେ ଆର୍ଯ୍ୟନଙ୍କ ନାମ ନ ଥିଲା। ତେବେ ତାଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନ ଥିବା ଏନ୍‌ସିବି କହିଥିଲା।

Share