Categories: ରାଜ୍ୟ

ପଡିଆରେ ଖେଳିବା ଉପରେ କଟକଣା, ଜାଣନ୍ତୁ କାହିଁକି ଏପରି ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୬।୪: ଖରାରେ ଖେଳିବା ଉପରେ ଲାଗିଲା କଟକଣା । ପ୍ରବଳ ଖରା ହେଉଥିବାରୁ ଆଉଟ ଡୋର୍‌ ଖେଳ ଉପରେ କଟକଣା ଲଗାଇଛନ୍ତି ସରକାର । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନ ଖେଳିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ କ୍ରୀଡା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି SRC । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡିବା ପରେ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ବିଶେଷକରି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଶ୍ରମିକମାନଙ୍କୁ ମଧ୍ୟ ୧୧ଟାରୁ ୩ଟା ମଧ୍ୟରେ କାମ କରିବାକୁ ବାରଣ କରାଯାଇଛି ।

ସେପଟେ ଖରାରେ ଫଉଟୁଛି ସାରା ଓଡ଼ିଶା । ଦିନ ସାଢେ ୧୧ ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ା ଓ ସମ୍ବଲପୁର ତାପମାତ୍ରା ୩୭.୪ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨, ଚାନ୍ଦବାଲି ୩୭.୨, ହୀରାକୁଦ ୩୬.୯, ରାଉରକେଲା ୩୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

Share