ବାତ୍ୟା ମୁକାବିଲା ନେଇ ସରକାର ପ୍ରସ୍ତୁତ: ପ୍ରମିଳା ମଲ୍ଲିକ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏନେଇ ରାଜସ୍ୟ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସତର୍କ ଜାରି ହୋଇଥିବା ୭ ଜିଲାକୁ ଅଧିକ ନଜର ରଖାଯାଇଛି। ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀ, ସ୍କୁଲ୍‌, କଲେଜ ଏବଂ କଲ୍ୟାଣ ମଣ୍ଡପଗୁଡିକ ପ୍ରସ୍ତୁତ ରଖାଯାଇଛି। ଏହାସହ ଜିଲାଗୁଡିକରେ ମେଡିସିନ୍‌, ପିଇବା ପାଣି ଏବଂ ଅତ୍ୟାବଶ୍ୟକ ଜିନିଷ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Share