Categories: ଜାତୀୟ

ରାଷ୍ଟ୍ରପତି ଉନ୍ମୋଚିତ କରିଥିବା ଛବିଟି ନେତାଜୀଙ୍କ ନୁହେଁ

ନୂଆଦିଲ୍ଲୀ,୨୫ା୧- ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଛବିକୁ ନେଇ ଦେଖାଦେଇଛି ବିବାଦ। ଫଟୋଟି ନେତାଜୀ ସୁଭାଷଙ୍କର ନୁହେଁ, ବରଂ ବେଙ୍ଗଲ ଆକ୍ଟର ପ୍ରସନଜିତ୍‌ ଚାଟାର୍ଜୀଙ୍କ ଛବି ବୋଲି ପଶ୍ଚିମବଙ୍ଗର ସରକାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଦାବି କରିଛି। ହେଲେ ଏହାକୁ ପ୍ରତ୍ୟାଖ୍ୟାନ କରିଛି କେନ୍ଦ୍ର ସରକାର। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ କହିବା ହେଲେ ଛବିଟି ସ୍ବାଧିନତା ସଂଗ୍ରାମୀଙ୍କ ପ୍ରକୃତ ଫଟୋ ଉପରେ ଆଧିରିତ।

ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରବିବାର ରାଷ୍ଟ୍ରପତି ଭବନରେ ସ୍ବାଧିନତା ସଂଗ୍ରାମୀଙ୍କ ଛବି ଉନ୍ମୋଚିତ କରିଥିଲେ। ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୁବ୍‌ ମଜା ନେଉଛନ୍ତି ୟୁଜର୍ସ।

୨୦୧୯ରେ ରିଲିଜ ହୋଇଥିବା ବେଙ୍ଗଲି ଫିଲ୍ମ ‘ଗୁମନାମି’ରେ ନେତାଜୀଙ୍କ ଭୂମିକାରେ ନଜର ଆସିଥିଲେ ଅଭିନେତା ପ୍ରସନଜିତ ଚାଟାର୍ଜୀ। ଶ୍ରିଜିତ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଫିଲ୍ମ ସ୍ବାଧିନେତାଙ୍କ ସଂଗ୍ରାମୀଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ କରୁଛି।

Share