Posted inରାଜ୍ୟ

ସରକାରୀ କର୍ମଚାରୀ ବିଜେଡି ଲାଗି ପ୍ରଚାର କଲେ ବିଦା ହେବେ: ଭାଜପା

ଭୁବନେଶ୍ବର, ୨୪ା୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ଲାଗି କଲେଜରେ ବୈଠକ କରି ୩ ଅଧ୍ୟାପକ ନିଲମ୍ବିତ ହେବା ପରେ ସରକାରୀ କର୍ମଚାରୀଙ୍କୁ ଭାଜପା ଟାର୍ଗେଟ କରିଛି। ଯଦି ଆଗକୁ ସରକାରୀ କର୍ମଚାରୀମାନେ ଏଭଳି କରନ୍ତି ତେବେ ଚାକିରିରୁ ବିଦା ହେବେ ବୋଲି ଭାଜପା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଚେତାବନୀ ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀ ଜରିଆରେ ବୁଧବାର ଲେଖାଶ୍ରୀ କହିଛନ୍ତି, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗତ ନଭେମ୍ବର ୧୯ରେ ଗୋଟିଏ ସରକାରୀ ସ୍କୁଲ ଏବଂ ସରକାରୀ କଲେଜ ପରିସର ଭିତରେ ସରକାରୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ଅଧ୍ୟାପକ ଓ ପ୍ରାଧ୍ୟାପକଙ୍କ ସହ ବୈଠକ କରିଥିଲେ । ବୈଠକରେ ପଦ୍ମପୁର ଉପନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରାଯିବା ସହିତ ଶାସକ ବିଜେଡି ସପକ୍ଷରେ କାର୍ଯ୍ୟ କରାଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକକୁ ପଦ୍ମପୁର ଅଞ୍ଚଳ କଲେଜର ଇତିହାସ ବିଭାଗ ଅଧ୍ୟାପକ କୃଷ୍ଣମୋହନ ପଣ୍ଡା, ମାଣ୍ଡୋସିଲ୍‌ ଡିଗ୍ରୀ କଲେଜର ପ୍ରିନ୍ସିପାଲ(ଇନଚାର୍ଜ) ବିନୟ ରଞ୍ଜନ ପଣ୍ଡା, ଡଭା ଉଚ୍ଚ ମାଧ୍ୟମିକ ସ୍କୁଲର ରାଜନୀତି ବିଜ୍ଞାନର ଅଧ୍ୟାପକ ସୁଧୀର କୁମାର ରଥ ପ୍ରମୁଖ ଆୟୋଜନ କରିଥିଲେ । ସରକାରୀ କର୍ମଚାରୀ ହୋଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଯୋଗୁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ପକ୍ଷରୁ ପ୍ରଥମେ ଜିଲା ନିର୍ବାଚନ ଅଧିକାରୀ ତଥା ବରଗଡ଼ ଜିଲାପାଳ ଏବଂ ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲା। ଭାଜପାର ଅଭିଯୋଗ ସତ୍ୟ ବୋଲି ତଦନ୍ତ ପରେ ଜଣାପଡ଼ିବାରୁ ଆଇନ ଅମାନ୍ୟକାରୀ ତିନି ସରକାରୀ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନିଲମ୍ବିତ ଶିକ୍ଷକମାନେ ବିଜେଡିର କାମ କଲେ ଏବଂ ଚାକିରିରୁ ବିଦା ହେଲେ । ଆଗକୁ ମଧ୍ୟ ସରକାରୀ କର୍ମଚାରୀ ଯଦି ଶାସକ ବିଜେଡି ସପକ୍ଷରେ ଭୋଟ କାର୍ଯ୍ୟ କରିବେ ତେବେ ସେମାନେ ମଧ୍ୟ ନିଜ ନିଜ ଚାକରିରୁ ବିଦା ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri