Categories: ଜାତୀୟ

ଏଣିକି ହେଲମେଟ୍‌ ଉପରେ ନଜର ରଖିବେ ସରକାର, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୮:ସାଧାରଣତଃ ଚାଲାଣରୁ ବର୍ତ୍ତିବା ପାଇଁ କିଛି ଲୋକ ଯେକୌଣସି ପ୍ରକାରର ହେଲମେଟ ପିନ୍ଧନ୍ତି। ଯାହା ସୁରକ୍ଷା ଦୃଷ୍ଟିକୋଣରୁ ବେଳେବେଳେ ବିପଜ୍ଜନକ ପ୍ରମାଣିତ ହୁଏ। କାରଣ ସଡ଼କ ଦୁର୍ଘଟଣା ସମୟରେ ସ୍ଥାନୀୟ ହେଲମେଟ ସୁରକ୍ଷିତ ନୁହେଁ। ତଥାପି କିଛି ବାଇକ ଆରୋହୀ ଅଛନ୍ତି ଯେଉଁମାନେ ଟ୍ରାଫିକ ନିୟମ ପାଳନ କରନ୍ତି। କିନ୍ତୁ କିଛି ଟଙ୍କା ସଞ୍ଚୟ କରିବାକୁ ସେମାନେ ନିଜ ଜୀବନକୁ ବିପଦରେ ପକାନ୍ତି। କାରଣ ସେମାନେ ସଠିକ ହେଲମେଟ ବ୍ୟବହାର କରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସରକାର ସଡକ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଦେଶରେ ହେଲମେଟ ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଏସ) ସାର୍ଟିଫିକେଟ ବାଧ୍ୟତାମୂଳକ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଣିକି ଦେଶରେ କେବଳ ବିଏସ ସାର୍ଟିଫିକେଟ ହେଲମେଟ ତିଆରି ହୋଇ ବିକ୍ରି ହେବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏବ ବିବୃତ୍ତି ଜାରି କରି ଏହା କୁହାଯାଇଛି। ଏହାଦ୍ୱାରା ଦୁଇ ଚକିଆ ଯାନ ବ୍ୟବହାରକରୀଙ୍କ ଜୀବନ ରକ୍ଷା କରାଯାଇପାରିବ। ସୂଚନା ଅନୁଯାୟୀ, ବିଏସ ଷ୍ଟାଣ୍ଡାର୍ଡର ହେଲମେଟର ଓଜନ ଦେଢ କିଲୋଗ୍ରାମରୁ ୨୦୦ କିଲୋଗ୍ରାମକୁ ହ୍ରାସ କରାଯାଇଛି। ନୂତନ ନିୟମ ଅନୁଯାୟୀ, ଏଣିକି ଅଣ ବିଏସ ହେଲମେଟ ଉତ୍ପାଦନ, ଷ୍ଟକ ଏବଂ ବିକ୍ରୟ ଏକ ଗୁରୁତର ଅପରାଧ ଭାବରେ ବିବେଚନା କରାଯିବ। ନିୟମ ନ ମାନିଲେ ଏହା କରିବା ପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।

Share