ବାରବାଟୀର ରୂପାନ୍ତରୀକରଣ ନେଇ ସରକାର ସ୍ପଷ୍ଟ କରନ୍ତୁ: ସୁବାସ ସିଂ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ବାରବାଟୀ ଷ୍ଟାଡିୟମର ରୂପାନ୍ତରୀକରଣ ହେବ କି ନାହିଁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ସିଧାସଳଖ ପ୍ରଶ୍ନ କରିଛନ୍ତି କଟକ ମହାନଗର ନିଗମ(ସିଏମ୍‌ସି) ମେୟର ସୁବାସ ସିଂ। କଟକ ଗଡ଼ଖାଇସ୍ଥିତ ରେସିଡେଣ୍ଡଣ୍ଟଠାରେ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମେୟର କହିଛନ୍ତି, ବାରବାଟୀ ଷ୍ଟାଡିୟମ ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ। ଏହାର ରୂପାନ୍ତରୀକରଣ ପାଇଁ ଗତ ଫେବୃଆରୀ ୨୭ରେ ପୂର୍ବତନ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିପାଇଁ ଡିପିଆର୍‌ ପ୍ରସ୍ତୁତ କରାଯାଇ ୭୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏନେଇ ତତ୍କାଳୀନ ସରକାର ଓସିଏ ଏବଂ ବିସିସିଆଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କେବଳ ସେତିକି ନୁହେଁ, ବର୍ଷ ବର୍ଷ ଧରି ଜମି ଲିଜ୍‌ ପାଇଁ ଚୁକ୍ତି ହୋଇପାରୁ ନ ଥିବାବେଳେ ବିଜେଡି ସରକାର ଅଲିମ୍ପିକ ଆସୋସିଏଶନକୁ ଜମି ଦେଇଛନ୍ତି। ବର୍ତ୍ତମାନ ଭାଜପା ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏପରି କି ବିଧାନସଭାରେ ଗୋଟିଏ ଶବ୍ଦରେ ଏହି ଯୋଜନାକୁ ନା କହିବା ଆଦୌ ଶୋଭା ପାଉନାହିଁ। ଆଉ ଏକ ଷ୍ଟାଡିୟମ କରିବା ଅନ୍ୟ ପ୍ରସଙ୍ଗ, କିନ୍ତୁ ବାରବାଟୀକୁ ନେଇ ସରକାର କ’ଣ ଯୋଜନା ରଖିଛନ୍ତି ତାହା ଜଣାନ୍ତୁ। ଯଦି ଯୋଜନା ନାହିଁ, ତେବେ ପୂର୍ବ ସରକାର କରିଥିବା ଯୋଜନାକୁ କେବେ କାର୍ଯ୍ୟକାରୀ କରିବେ। ବାରବାଟୀକୁ ନେଇ ରାଜନୀତୀକରଣ ହେବା ଉଚିତ୍‌ ନୁହେଁ, ବରଂ ଏହାର ରୂପାନ୍ତରୀକରଣ କାର୍ଯ୍ୟ ସମ୍ପନ୍ନ ପାଇଁ ମିଳିତ ଚାପ ଓ ଉଦ୍ୟମ ହେବା ଆବଶ୍ୟକ। କଟକର ଗର୍ବ ଓ ଗୌରବ ରକ୍ଷା ପାଇଁ କଟକବାସୀ ମେୟର ଭାବେ ତାଙ୍କୁ ନିର୍ବାଚିତ କରିଛନ୍ତି। କ୍ରୀଡ଼ାକ୍ଷେତ୍ରରେ ବାରବାଟୀ ଯେପରି ଅନ୍ତର୍ଜାତୀୟ ମାନ୍ୟତା ପାଉ ସେନେଇ ସରକାର ଆଗକୁ ଆସିବାର ଆବଶ୍ୟକତା ରହିଛି ବୋଲି ମେୟର କହିଛନ୍ତି।
ଅପରପକ୍ଷରେ ମେୟରଙ୍କ ଏଭଳି ଆକ୍ଷେପକୁ ନେଇ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ। କଟକ ସିଡିଏ ସେକ୍ଟର-୬ଠାରେ ସମୀର ଗଣମାଧ୍ୟମକୁ କହିଛନ୍ତି, ମେୟରଙ୍କ ଦାୟିତ୍ୱ କେବଳ ସିଏମ୍‌ସି କଥା ଚିନ୍ତା କରିବା। ବର୍ଷା ହେଲେ କଟକ ପାଣିରେ ବୁଡୁଛି। ରାସ୍ତାଘାଟ ଶୋଚନୀୟ ହୋଇପଡ଼ିଛି। ମଶା ସହରବାସୀଙ୍କୁ ଅତିଷ୍ଠ କରୁଛି। ସହରବାସୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ମେୟରଙ୍କ ଉପରେ କ୍ଷୋଭପ୍ରକାଶ କରୁଛନ୍ତି। ତେଣୁ ମେୟର କଟକବାସୀଙ୍କୁ ଭୁଅଁା ନ ବୁଲାନ୍ତୁ। ସହର ସମସ୍ୟା କଥା ନ ବୁଝି ବାରବାଟୀ ଷ୍ଟାଡିୟମକୁ ନେଇ ରାଜନୀତି କାହିଁକି କରୁଛନ୍ତି। ସେ କ୍ରୀଡାବିତ୍‌ ନୁହନ୍ତି। ଖେଳ ସହ ତାଙ୍କର ସମ୍ପର୍କ ନାହିଁ ଏବଂ ସେ କୌଣସି ଆସୋସିଏଶନରେ ମଧ୍ୟ ନାହାନ୍ତି। ଏପରି କି ତାଙ୍କୁ ଷ୍ଟାଡିୟମରେ ଆମେ କେବେ ଦେଖିନୁ। ତେଣୁ ସେ ଏ କଥାରେ ମୁଣ୍ଡ ନ ପୂରାଇ ମେୟର ଭାବେ ସହରର ସମସ୍ୟା କିପରି ସମାଧାନ କରିବେ ସେ ନେଇ ଧ୍ୟାନ ଦିଅନ୍ତୁ। ବର୍ତ୍ତମାନର ଭାଜପା ସରକାର ବାରବାଟୀ ଷ୍ଟାଡିୟମ ବାବଦରେ ଅବଗତ ଅଛନ୍ତି। ଷ୍ଟାଡିୟମର ପୁନରୁଦ୍ଧାର ନିଶ୍ଚିତ ହେବ ବୋଲି ସମୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri