Categories: ଜାତୀୟ

ଗଙ୍ଗାକୂଳରେ ୨୪୦୦ ଡ୍ରେନର ଜିଓ ଟ୍ୟାଗିଂ କରିବେ ସରକାର: ଜଣାପଡ଼ିବ ପ୍ରଦୂଷଣସ୍ତର…

ବାରାଣସୀ,୨୧।୫ : ଗଙ୍ଗା ନଦୀ କୂଳରେ ଆବର୍ଜନା ପକାଇବା କାରଣରୁ ପ୍ରଦୂଷଣ ସ୍ତରର ବୃଦ୍ଧି ବିଷୟରେ ଜାଣି ସରକାର ନଦୀ କୂଳରେ ଅବସ୍ଥିତ ୪ ହଜାର ଗାଁର ପ୍ରାୟ ୨୪୦୦ ଡ୍ରେନ ମରାମତି କରିବାକୁ ଯାଉଛନ୍ତି।
ଏଥିରେ ’ଜିଓ ଟ୍ୟାଗିଂ’ କରାଯାଇ କଠିନ ବର୍ଜ୍ୟବସ୍ତୁ ଡ୍ରେନ ଦେଇ ପ୍ରବାହିତ ନ ହେବା ପାଇଁ ଡିଭାଇସ ’ଆରେଷ୍ଟର୍‌ ସ୍କ୍ରିନ’ ସଂସ୍ଥାପନ କରାଯିବ।

ଗତ ମାସରେ ଗଙ୍ଗା ନଦୀ ଉପରେ ସଶକ୍ତୀକରଣ ଟାସ୍କ ଫୋର୍ସର ଏକାଦଶ ବୈଠକର ଡକ୍ୟୁମେଣ୍ଟରୁ ଏହି ସୂଚନା ମିଳିଛି। ବୈଠକରେ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଗନେଦଇ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏ ବାବଦରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟରୁ ମଧ୍ୟ ସେ ସହଯୋଗ ଲୋଡିଛନ୍ତି।
ଏଥିରେ ଦର୍ଶାଯାଇଛି ଜିଓ ଟ୍ୟାଗ ହୋଇଥିବା ଡ୍ରେନଗୁଡିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା / ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ସ୍ବଚ୍ଛ ଭାରତ ମିଶନ ଗ୍ରାମୀଣ -୨ ସହିତ ଅଂଶୀଦାର କରାଯିବ। ଯାହାଫଳରେ କଠିନ ବର୍ଜ୍ୟବସ୍ତୁ ନଦୀରେ ପ୍ରବାହିତ ନ ହେବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇପାରିବ।

Share