ପ୍ରୋଟିନ୍‌ଯୁକ୍ତ ଚାଉଳ ଯୋଗାଇବେ ସରକାର

ଭୁବନେଶ୍ୱର,୨୯ା୮(ବ୍ୟୁରୋ):ରାଜ୍ୟ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌), ମଧ୍ୟାହ୍ନଭୋଜନ (ଏମ୍‌ଡିଏମ୍‌) ଏବଂ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମ (ପିଡିଏସ୍‌)ରେ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ପ୍ରଥମେ ରାଜ୍ୟରେ ଆଇସିଡିଏସ୍‌ ଏବଂ ଏମ୍‌ଡିଏମ୍‌ ବ୍ୟବସ୍ଥାରେ ଏହା ଲାଗୁ ହେବ। ଏହାପରେ ପିଡିଏସ୍‌ରେ ମଧ୍ୟ ଏହାକୁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଉଭୟ ଏନ୍‌ଏଫ୍‌ଏସ୍‌ଏ (ଜାତୀୟ ଖାଦ୍ୟ ସୁରକ୍ଷା ଆଇନ) ଏବଂ ଏସ୍‌ଏଫଏସ୍‌ଏ (ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ) ହିତାଧିକାରୀଙ୍କୁ ଏହି ସୁବିଧା ମିଳିବ। ଗତବର୍ଷ କଳାହାଣ୍ଡିରୁ ଏହା ପାଇଲଟ୍‌ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଥିଲା। ଏବେ ରାଜ୍ୟର ୧୫ ଜିଲାରେ ଏହାକୁ ତୁରନ୍ତ ଲାଗୁ କରିବାକୁ କୁହାଯାଇଛି। ରାଜ୍ୟ ସରକାର ଏକ କୁଇଣ୍ଟାଲ ବସ୍ତାରେ ଏକ କେ.ଜି. ପ୍ରୋଟିନଯୁକ୍ତ ଚାଉଳ ମିଶାଇବେ। ଏନେଇ ଜିଲା ଯୋଗାଣ ଅଧିକାରୀମାନଙ୍କୁ ଚିଠି ଲେଖି ଓଡ଼ିଶା ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସକ୍ସେନା ଜଣାଇଛନ୍ତି। ୧୫ ଜିଲାରେ ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ସୁଦ୍ଧା ଲୋକଙ୍କୁ ପିଡିଏସ୍‌ରେ ପ୍ରୋଟିନ୍‌ଯୁକ୍ତ ଚାଉଳ ଦେବାକୁ କୁହାଯାଇଛି। ରାଜ୍ୟର ସମସ୍ତ ମିଲର୍‌ ଯେପରି ଏହାକୁ ଠିକ୍‌ ଭାବେ ପାଳନ କରିବେ ସେନେଇ କୁହାଯାଇଛି। ତେବେ ମିଲର୍‌ମାନଙ୍କ ଚିନ୍ତା ବର୍ତ୍ତମାନ ବଢିଯାଇଛି। କାରଣ ମିଲର୍‌ମାନେ ମେଶିନ୍‌ ଜରିଆରେ ଏକ କୁଇଣ୍ଟାଲ ବସ୍ତାରେ ୧ କେ.ଜି. ପ୍ରୋଟିନ୍‌ଯୁକ୍ତ ଚାଉଳକୁ ମିଶ୍ରଣ କରି ଖାଉଟିଙ୍କ ପାଇଁ ଯୋଗାଇବେ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ଉକ୍ତ ମେଶିନ ଲାଗି ସେମାନଙ୍କୁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ହେଲେ ମିଲରମାନେ ସେଥିରେ କେତେ ପ୍ରୋଟିନ୍‌ଯୁକ୍ତ ଚାଉଳ ମିଶାଇଲେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯୯ କେ.ଜି. ଚାଉଳରେ ୧ କେ.ଜି. ପ୍ରୋଟିନ୍‌ଯୁକ୍ତ ଚାଉଳ ମିଶାଇବାରେ ଯଦି ହେରଫେର ହୁଏ, ତେବେ ସରକାର ତାହା କିପରି ଧରିବେ ବୋଲି ପ୍ରଶ୍ନ ଉଠୁଛି।
କେନ୍ଦ୍ର ସରକାର ବାଛିଥିବା ରାଜ୍ୟର ୧୦ ଆକାଂକ୍ଷା ଏବଂ ୫ ଅଧିକ ଚାପଯୁକ୍ତ ଜିଲା ଯଥା ଢେଙ୍କାନାଳ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, କେନ୍ଦୁଝର, ସୁବର୍ଣ୍ଣପୁର, ବୌଦ୍ଧ, ମୟୂରଭଞ୍ଜ ଏବଂ ସମ୍ବଲପୁରର ସମସ୍ତ ମିଲର ଯେପରି ବ୍ଲେଣ୍ଡିଂ ମେଶିନ ଲଗାଇବେ ସେଥିଲାଗି ସିଏସ୍‌ଓମାନଙ୍କୁ କୁହାଯାଇଛି।
ସରକାରଙ୍କ ସୂଚନା ମୁତାବକ, ଆସନ୍ତାବର୍ଷ ଏପ୍ରିଲ ୨୩ରୁ ପ୍ରୋଟିନଯୁକ୍ତ ଚାଉଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ କହିଛନ୍ତି, ଏହା ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଯୋଜନା। କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରେ ବାଛିଥିବା ଆକାଂକ୍ଷା ଜିଲାରେ ଏହା ପ୍ରଥମେ ଲାଗୁ କରୁଛନ୍ତି। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଅନ୍ୟ ଜିଲାଗୁଡ଼ିକରେ ଲାଗୁ କରିବେ। ତେବେ ରାଜ୍ୟ ସରକାର ଜିଲା ଭିତରୁ ବିଭିନ୍ନ ସ୍ବୀକୃତିପ୍ରାପ୍ତ ସଂସ୍ଥାଠାରୁ ଉକ୍ତ ପ୍ରୋଟିନ୍‌ଯୁକ୍ତ ଚାଉଳ ଉଠାଇ ମିଲର୍‌ମାନଙ୍କୁ ଯୋଗାଇ ଦେବେ। ତା’ପରେ ମିଲର୍‌ମାନେ ମିଶ୍ରଣ କରି ପ୍ରଦାନ କରିବେ। ରାଜ୍ୟର ୮ ଆକାଂକ୍ଷା ଜିଲାରେ ଆଇସିଡିଏସ୍‌ ଏବଂ ଏମ୍‌ଡିଏମ୍‌ରେ ଚଳିତ ମାସ ଶେଷ ସୁଦ୍ଧା ଏହି ପ୍ରୋଟିନ୍‌ଯୁକ୍ତ ଚାଉଳ ଦିଆଯିବ। ମିଲରମାନେ ଜାତୀୟ ପରୀକ୍ଷଣ ଏବଂ ଅନୁସନ୍ଧାନ ପ୍ରୟୋଗଶାଳା ସ୍ବୀକୃତି ବୋର୍ଡ (ଏନ୍‌ଏବିଏଲ୍‌)ରୁ ଟେଷ୍ଟିଂ କରି ତାହା ରାଜ୍ୟ ସରକାରଙ୍କୁ ଯୋଗାଇବେ ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ରାଜ୍ୟରେ ବହୁ ସ୍ଥାନରେ ଭିଟାମିନ ଯୁକ୍ତ ଚାଉଳ ଉତ୍ପାଦନ ହୋଇଥାଏ। ରାଜ୍ୟ ସରକାର ତାହାର ପ୍ରଚାର କରିବା ପରିବର୍ତ୍ତେ କାହିଁକି କୃତ୍ରିମ ଭିଟାମିନ୍‌ ଉପରେ ଭରସା କରୁଛନ୍ତି ବୁଝିହେଉନାହିଁ। କେନ୍ଦ୍ର ସରକାର ଯାହା କହିବେ ଯଦି ରାଜ୍ୟଗୁଡିକ ତାହା ମାନିନେବେ, ତା’ହେଲେ ସେମାନେ ଭାବିବେ ରାଜ୍ୟମାନେ ସେମାନଙ୍କ ଅଧସ୍ତନ। ତେଣୁ ରାଜ୍ୟ ସରକାର ଭିଟାମିନ୍‌ଯୁକ୍ତ ଚାଉଳ ଉପରେ କାହିଁକି ଭରସା ନ କରି କେନ୍ଦ୍ର କଥାକୁ ଆଖି ବନ୍ଦ କରି ମାନିନେଲେ ତାହା ବିଚାରବିମର୍ଶ ହେବା ଦରକାର। ଏନେଇ ବିଶେଷଜ୍ଞମାନଙ୍କ ମତାମତ ମଧ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟାକଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri