Categories: ଜାତୀୟ

ଜୟଶଙ୍କରଙ୍କୁ ମିଳିବ ‘ଜେଡ୍‌’ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ,୧୨।୧୦: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି। ତାଙ୍କୁ ବର୍ତ୍ତମାନ ‘ଜେଡ୍‌’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ବହିର୍ବ୍ୟାପାର ମନ୍ତ୍ରୀ ‘ଓ୍ବାଇ’ ବର୍ଗର ସୁରକ୍ଷା ପାଇଥିଲେ। ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତାଙ୍କର ସୁରକ୍ଷା ଦାୟିତ୍ୱ ନେବାକୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)କୁ କହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ଏହି ଦାୟିତ୍ୱ ତୁଲାଉଥିଲା।

ସୂତ୍ରରୁ ପ୍ରକାଶ, ଜୟଶଙ୍କରଙ୍କୁ ବର୍ତ୍ତମାନ ସିଆରପିଏଫ୍‌ ଦ୍ୱାରା ବୃହତ ‘ଜେଡ୍‌’ ବର୍ଗର ସୁରକ୍ଷା କଭର ଅଧୀନରେ ସୁରକ୍ଷା ଯୋଗାଇ ଦିଆଯିବ। ଏଥିରେ ସାରା ଦେଶରେ ସିଫ୍ଟରେ ୨୪ ଘଣ୍ଟା ତାଙ୍କ ସହିତ ୧୪-୧୫ ସଶସ୍ତ୍ର କମାଣ୍ଡୋ ରହିବେ। ସିଆରପିଏଫ୍‌ର ଭିଭିଆଇପି ସୁରକ୍ଷା କଭରରେ ୧୭୬ ଜଣ ଅଛନ୍ତି, ସେମାନଙ୍କ ମଧ୍ୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସାମିଲ ରହିଛନ୍ତି।

Share