Posted inଜାତୀୟ

ଚିକେନ୍‌ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର

ଅମରାବତୀ,୧୭।୨: ଆପଣଙ୍କୁ ଚିକେନ୍‌ ପସନ୍ଦ କି? ଯଦି ଆପଣ ନିୟମିତ ଚିକେନ୍‌ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ। ତୁରନ୍ତ ଚିକେନ୍‌ ଖାଇବା ବନ୍ଦ କରି ଦିଅନ୍ତୁ। ଖୋଦ୍‌ ସରକାର ଏଥିପାଇଁ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ କାହିଁକି…

Chicken News Photo LETHAL CHANGE : A man holds chickens...

ଦୁଇବର୍ଷ ପୂର୍ବେ ସାରା ବିଶ୍ୱକୁ କରୋନା ମହାମାରୀ ଭୀତତ୍ରସ୍ତ କରିଦେଇଥିବାବେଳେ ଏବେ ଆଉ ଏକ ରୋଗ ଆତଙ୍କ ଖେଳାଇଲାଣି। ଏବେ ଅଧିକାଂଶ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିଲାଣି। ତେବେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିକେନ ଖାଇବା ଲୋକଙ୍କୁ ସରକାର ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ସମୟରେ ଚିକେନ ଖାଇବା ବନ୍ଦ କରିଦିଅନ୍ତୁ ବୋଲି ସରକାର ପରାମର୍ଶ ଦେଇଛନ୍ତି ।

Insight: Bird flu spreads to new countries, threatens non-stop 'war' on poultry | Reuters

ଆନ୍ଧ୍ରପ୍ରଦେଶର ନେଲୋର ଜିଲାରେ ବାର୍ଡ ଫ୍ଲୁ ରୋଗ ବର୍ତ୍ତମାନ ଆତଙ୍କ ଖେଳାଇ ଦେଇଛି । ଯାହା ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଲାଣି। ନେଲୋର ଜିଲାର ଅନେକ କୁକୁଡ଼ା ଫାର୍ମରେ କୁକୁଡ଼ାମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ଏହି ଜୀବାଣୁ ଯୋଗୁଁ ଜିଲାର ପୁଡଲକରୁ, କୋଭୁରୁ ଏବଂ ସାଇଦାପୁରମ ଅଞ୍ଚଳରେ ବହୁ ସଂଖ୍ୟକ କୁକୁଡ଼ା ମରିଯାଉଥିବା ଖବର ମିଳିଛି। ଜିଲା କର୍ତ୍ତୃପକ୍ଷ ଏଥିପାଇଁ ଭୋପାଳ ଲାବୋରେଟୋରୀକୁ ଚିକେନ ସାମ୍ପଲ ପଠାଇଛନ୍ତି।

Bird flu: Bird Flu: Two new cases detected in poultry workers after contract with infected birds. Details here - The Economic Times
କୁକୁଡ଼ା ମୃତ୍ୟୁର କାରଣ ବାର୍ଡ ଫ୍ଲୁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି କାରଣରୁ ଅଧିକାରୀମାନେ ସତର୍କ ହୋଇଯାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ପଶୁପାଳନ ବିଭାଗର ଅଧିକାରୀଙ୍କ ସହ ଜରୁରୀ ବେଠକ କରିଛନ୍ତି। ବାର୍ଡ ଫ୍ଲୁ ବ୍ୟାପିବା ପାଇଁ ତୁରନ୍ତ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାର୍ଡ ଫ୍ଲୁ ହେତୁ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ଅଞ୍ଚଳଠାରୁ ଏକ କିଲୋମିଟର ଦୂରରେ ତିନି ମାସ ପର୍ଯ୍ୟନ୍ତ ଚିକେନ ଦୋକାନ ବନ୍ଦ କରିବାକୁ କଲେକ୍ଟର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଚିକେନ ଏବଂ ଅଣ୍ଡା ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବାର୍ଡ ଫ୍ଲୁ କାରଣରୁ ଚିକେନ ଏବଂ ଅଣ୍ଡାର ମୂଲ୍ୟ ହ୍ରାସ ପାଇବ ବୋଲି ଏକ ସମ୍ଭାବନା ରହିଛି । କୁକୁଡ଼ା ବ୍ୟବସାୟୀମାନେ ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ସିଜେଆଇ ହେବା ପୂର୍ବରୁ କ’ଣ କରୁଥିଲେ ଚନ୍ଦ୍ରଚୁଡ଼? ସାକ୍ଷାତ୍‌କାରରେ ମା’ଙ୍କୁ ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୬।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଅଲ ଇଣ୍ଡିଆ ରେଡିଓ (ଏଆଇଆର) କୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri