ନୂଆଦିଲ୍ଲୀ,୮।୭ : କମ୍ପାନୀ ଏବଂ କର୍ମଚାରୀଙ୍କ ଫାଇଦା ଲାଗି ସରକାରଙ୍କ ପକ୍ଷରୁ ୨୪% ଇପିଏଫ୍ ଯୋଗଦାନକୁ ମଧ୍ୟ କ୍ୟାପିନେଟ ମଞ୍ଜୁରୀ ପ୍ରଦାନ କରିଛି। ଅନ୍ତତଃ ପକ୍ଷେ ୧୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ସଂସ୍ଥା ଏବଂ ୯୦% କର୍ମଚାରୀଙ୍କ ବେତନ ୧୫ ହଜାରରୁ କମ୍ ହୋଇଥିଲେ ଏହି ସୁବିଧାର ଲାଭ ଉଠାଇହେବ। ସେହି କମ୍ପାନୀଗୁଡିକର ଇପିଏଫ୍ ଯୋଗଦାନ ସରକାର କରିବେ। ଚଳିତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ସମୟ ଅବଧି ପାଇଁ କମ୍ପାନୀଗୁଡିକ ଲାଗି ଏଭଳି ସୁବିଧା ରହିଛି। ଚଳିତ ବର୍ଷ ମେ ମାସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ନେଇ ଘୋଷଣା କରିଥିଲେ। ୩.୬୩ ଲକ୍ଷ ସଂସ୍ଥା ଏବଂ ୭୨.୨୨ ଲକ୍ଷ କର୍ମଚାରୀ ଏହାଦ୍ୱାରା ଲାଭବାନ ହେବେ ବୋଲି କୁହାଯାଉଛି।