ସରକାରଙ୍କ ବଡ଼ ପଦକ୍ଷେପ: ଖୁବ୍‌ ଶୀଘ୍ର ଦୂର ହେବ ଆଳୁ ସଙ୍କଟ

ଭୁବନେଶ୍ୱର,୧୮।୮: ଓଡ଼ିଶାରେ ଆଳୁ ସଂକଟ ଦୂର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ ନେଇଥିବା ସାୂଚନା ଦେଇଛନ୍ତି। ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏ ନେଇ ରେଲୱେ ମନ୍ତ୍ରୀଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ପାତ୍ର କହିଛନ୍ତି।

 

ସୂଚନା ଯୋଗ୍ୟ, ପୂବର୍ବରୁ ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢ଼ୁଥିଲା । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର୫୦ ଟଙ୍କା ଟପିଯାଇଥିଲା । କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନଥିଲା। ବାହାର ରାଜ୍ୟରୁ ଆଳୁ ଆମଦାନୀ ହେଉପାରୁ ନ ଥିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଥିବା କୁହାଯାଉଛି । ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି । ଏମିତି ହେଲାଣି ଯେ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି ।

ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଥିଲା । ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ପାଖରେ ପଶ୍ଚିମବଙ୍ଗରୁ ଆସିଥିବା ଶହେରୁ ଅଧିକ ଆଳୁ ଟ୍ରକ ଅଟକି ରହିଥିଲା । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଏସବୁ ଆଳୁ ଟ୍ରକ୍‌କୁ ପୋଲିସ ଅଟକାଇଥିଲ।

ପଶ୍ଚିମବଙ୍ଗରୁ ଆଳୁ ନ ପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି ।

Share