Categories: ବାଣିଜ୍ୟ

ବିନା ସ୍କାନରେ ହେବ ୟୁପିଆଇ ପେମେଣ୍ଟ, ଜାଣନ୍ତୁ କେଉଁମାନେ ପାଇବେ ଏହାର ସୁବିଧା

ନୂଆଦିଲ୍ଲୀ,୨୮।୧୨: ୟୁପିଆଇ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ହୋଇପାରିଛି । ଛୋଟ କ୍ରୟ ଠାରୁ ବଡ ଦେୟ ପର୍ଯ୍ୟନ୍ତ, ଲୋକମାନେ ୟୁପିଆଇ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଏହା କେବଳ ନଗଦ ଉପରେ ଲୋକଙ୍କ ନିର୍ଭରଶୀଳତାକୁ ହ୍ରାସ କରିନାହିଁ ବରଂ ଦେୟ ପ୍ରକ୍ରିୟାକୁ ମଧ୍ୟ ସରଳ କରିଦେଇଛି । ବର୍ତ୍ତମାନ ୟୁପିଆଇରେ ଏକ ନୂଆ ଫିଚର ଶୀଘ୍ର ଆସିବାକୁ ଯାଉଛି, ଯାହା ପେମେଣ୍ଟ କରିବା ପାଇଁ ସ୍କାନ କିମ୍ବା ନମ୍ବର ଦେବାକୁ ପଡିବ ନାହିଁ।

ବିଜନେସ ଷ୍ଟାଣ୍ଡାର୍ଡର ଏକ ରିପୋର୍ଟ ଅନୁଯାୟୀ, ୟୁପିଆଇ ବ୍ୟବହାରକାରୀମାନେ ଶୀଘ୍ର ଟ୍ୟାପ ଏଣ୍ଡ ପେ ଫିଚର ଲାଭ ପାଇପାରିବେ। ଏଥିରେ ପେମେଣ୍ଟ କରିବାକୁ ଉପଭୋକ୍ତାଙ୍କୁ ୟୁପିଆଇ କ୍ୟୁଆର କୋଡ ସ୍କାନ, ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ୟୁପିଆଇ ଆଇଡି ଆବଶ୍ୟକ ହେବ ନାହିଁ। ଯେଉଁମାନେ ବର୍ତ୍ତମାନ ଭିମ୍‌, ଜିପେ, ପେଟିଏମ୍‌, ଫୋନ ପେ କିମ୍ବା ଅନ୍ୟ କୌଣସି ୟୁପିଆଇ ଆପ ବ୍ୟବହାର କରୁଛନ୍ତି ସେମାନେ ଏହାର ଲାଭ ପାଇପାରିବେ।

ରିପୋର୍ଟ ଅନୁଯାୟୀ, ଏହି ଫିଚର ଆସନ୍ତା ବର୍ଷ ଜାନୁୟାରୀ ୩୧ ରୁ ଆରମ୍ଭ ହୋଇପାରେ। ସେପ୍ଟେମ୍ବର ୨୦୨୩ରେ ୟୁପିଆଇ ଟ୍ୟାପ ଏଣ୍ଡ ପେ ଲଞ୍ଚ କରାଯାଇଥିଲା, କିନ୍ତୁ ଏହା ଏ ପର୍ଯ୍ୟନ୍ତ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଲାଇଭ ହୋଇନାହିଁ।

Share