Categories: ବାଣିଜ୍ୟ

ବେଦାନ୍ତର ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୮।୯:ବେଦାନ୍ତ ଆଲୁମିନିୟମ ପକ୍ଷରୁ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ଲାଞ୍ଜିଗଡ଼ ଏବଂ ଝାରସୁଗୁଡା ସମେତ ଛତିଶଗଡ଼ର ବାଲ୍‌କୋ ୟୁନିଟ୍‌ରେ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷକ ଦିବସ ପାଳନ କରାଯାଇଥିଲା। ଅପରପକ୍ଷରେ ଝାରସୁଗୁଡାର ସରବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ସହଯୋଗରେ ଏକ ଶିକ୍ଷକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଝାରସୁଗୁଡ଼ା ଜିଲାର ବିଭିନ୍ନ ବିଦ୍ୟାଳୟର ୨୨ଜଣ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ ସହ ସମ୍ମାନିତ କରାଯାଇଥିଲା। ସେହିଭଳି ବାଲ୍‌କୋରେ ଏକ ଜ୍ଞାନ ଆଦାନ ପ୍ରଦାନକକାରୀ ଅଧିବଶେନ ଅନୁଷ୍ଠିତ ହୋଇଥିଲା। ଏପରିକି ବାଲ୍‌କୋର କର୍ମଚାରୀଙ୍କୁ କୃତଜ୍ଞତା କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲା, ଯେଉଁମାନଙ୍କୁ ବୃତ୍ତିଗତ କ୍ଷେତ୍ରରେ ଶିକ୍ଷକର ଭୂମିକା ନିର୍ବାହ ଦୃଷ୍ଟିରୁ ସମ୍ମାନିତ କରାଯାଇଥିଲା। ସେହିପରି ସୁନ୍ଦରଗଡ଼ର ମୁଣ୍ଡେଲଖେଟ ଓ ଘୋଗରପଲିର ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି। ଆମ ଭବିଷ୍ୟତକୁ ଉଜ୍ଜ୍ୱଳ କରୁଥିବା ଶିକ୍ଷାବିତ୍‌ମାନଙ୍କୁ ସମ୍ମାନ ଜଣାଇବା ଲାଗି ଆମେ ଏହି ଉତ୍ସବ ଆୟୋଜନ କରିଛୁ । ସେହିଭଳି ବାଲ୍‌କୋର ସିଇଓ ତଥା ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ରାଜେଶ କୁମାର କହିଛନ୍ତି, ଆମେ ଜୀବନ ଓ ଗୋଷ୍ଠୀ ଗଠନରେ ଶିକ୍ଷାର ପରିବର୍ତ୍ତନଶୀଳ ଶକ୍ତିକୁ ବୁଝିଛୁ।

Share