Categories: ଜାତୀୟ

ସ୍ନାତକ ଛାତ୍ରୀଙ୍କୁ ମିଳିବ ୫୦ ହଜାର

ପାଟନା,୧।୪: ବାଳିକାଙ୍କ ସମୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବେଟି ବଚାଓ-ବେଟି ପଢ଼ାଅ ଅଭିଯାନ ଅନ୍ତର୍ଗତ ସୁକନ୍ୟା ସମୃଦ୍ଧି ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନାରେ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ଲାଗି ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଦଶମ, ଦ୍ୱାଦଶ ଏବଂ ସ୍ନାତକ ପାସ୍‌ କରିଥିବା ଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ସ୍ନାତକ ପାସ୍‌ କରିଥିବା ଛାତ୍ରୀଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ଠାରୁ ଏହା ଲାଗୁ ହେଉଛି। ୨୦୨୧ ଏପ୍ରିଲ୍‌ ୧ଠାରୁ ବିହାରର ଛାତ୍ରୀମାନେ ଏହାର ଲାଭ ନେଇପାରିବେ। ପୂର୍ବରୁ ଦ୍ୱାଦଶ ପାସ୍‌ କଲେ ୧୦ ହଜାର ଏବଂ ସ୍ନାତକ ପାସ୍‌ କରିଥିବା ଛାତ୍ରୀଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା। ତେବେ ଏବେ ନୂଆ ଯୋଜନା ଅନୁସାରେ ପ୍ରୋତ୍ସାହନ ଟଙ୍କା ପରିମାଣକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସାଢ଼େ ତିନି ଲକ୍ଷ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଏବଂ ୮୫ ହଜାର ସ୍ନାତକ ଛାତ୍ରୀ ଉପକୃତ ହୋଇପାରିବେ। ଛାତ୍ରୀମାନେ ବିହାର ସରକାରଙ୍କ ଇ-କଲ୍ୟାଣ ପୋର୍ଟାଲରେ ଏନେଇ ଆବେଦନ କରିପାରିବେ।

Share