ମଦ ଦୋକାନ ନବୀକରଣ ନ କରିବାକୁ ଗ୍ରାମସଭା

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତରେ ରହିଛି ଏକ ବିଦେଶୀ ମଦ ଦୋକନ। ଏହାକୁ ବନ୍ଦ କରିବା ନେଇ ବହୁ ଦିନ ହେବ ଦାବି ହୋଇଆସୁଛି ା ଏହି ମଦ ଦୋକାନର ଆଉ ନବୀକରଣ ନ କରିବାକୁ ଗୁରୁବାର ଏକ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଛି ା କେଳାପଡ଼ା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇଥିଲେ। ପୂର୍ବରୁ ମଧ୍ୟ ପଞ୍ଚାୟତର ସଚେତନ ନାଗରିକ, ବୁଦ୍ଧିଜୀବୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମଦ ଦୋକାନ ବନ୍ଦ ଏବଂ ନବୀକରଣ ନ କରିବାକୁ ଜିଲାପାଳଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲୋ ଆଗାମୀ ୧୭ରେ ବୈଠକ ବସି ଆଲୋଚନା କରାଯିବା ସହ ଜିଲାପାଳ ଲିଖିତ ଭାବେ ଜଣାଇ ଦେବାକୁ ନିଷ୍ପତି ହୋଇଥିଲା।ନିଶା ଓ ଦୁର୍ନୀତି ମୁକ୍ତ ଅଭିଯାନ ମଞ୍ଚର ଆବାହକ ସୁଧୀର କୁମାର ସାହୁ, ଦୁଃଖୀଶ୍ୟାମ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତରଞ୍ଜନ ଦିଗାଲ୍‌, ପ୍ରଦୀପ ନାୟକ, ଈଶ୍ୱର ବେହେରାଙ୍କ ସମେତ ବହୁ ଲୋକେ ଉପସ୍ଥିତ ଥିଲେ। ସାମାଜିକ କର୍ମୀ ଅକ୍ଷୟ କୁମାର ନାୟକ ବୈଠକ ପରିଚାଳନା କରିଥିଲେ।

Share