ପ୍ରୀତି ପାଣିଗ୍ରାହୀଙ୍କ ଫିଲ୍ମକୁ ଗ୍ରାଣ୍ଡ ଜୁରି ପୁରସ୍କାର

ଲସ୍‌ ଏଞ୍ଜେଲସ୍‌, ୩ା୭: ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ ଫିଲ୍ମ ସୋମବାର ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଚାଲିଥିବା ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଏଲ୍‌ଏ)ରେ ସମ୍ମାନଜନକ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଛି।
ଏହି ଫିଲ୍ମରେ ପ୍ରୀତିଙ୍କ ବ୍ୟତିତ କାନି କୁଶ୍ରୁତି ଓ କେଶବ ବିନୟ କିରଣ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିର୍ଦ୍ଦେଶକ ଶୁଚି ତଲାତିଙ୍କ ଏହା ପ୍ରଥମ ଫିଚର ଚଳଚ୍ଚିତ୍ର ହୋଇଥିବାବେଳେ ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ପ୍ରୀତି ପାଣିଗ୍ରାହୀ ଡେବ୍ୟୁ କରିଛନ୍ତି। ଏହି ଚଳଚ୍ଚିତ୍ରରେ ମୀରା ନାମ୍ନୀ ଜଣେ ୧୬ ବର୍ଷୀୟା କିଶୋରୀ ବୋର୍ଡିଂ ସ୍କୁଲରେ ପଢ଼ୁଥିବା ସମୟରେ ଜଣେ ସାଥୀ ଛାତ୍ରଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଉଭୟଙ୍କର ପ୍ରେମ ସମ୍ପର୍କରେ ମୀରା ଓ ତାଙ୍କ ମା’ଙ୍କ ମଧ୍ୟରେ ଦେଖାଯାଇଥିବା ତୀକ୍ତତାକୁ ଏହି ଫିଲ୍ମରେ ଭଲ ଭାବେ ଦର୍ଶାଯାଇଛି। ତେବେ ପୂର୍ବରୁ ମଧ୍ୟ ଏହି ଫିଲ୍ମ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛି। ରୋମାନିଆରେ ଅନୁଷ୍ଠିତ ହୋଇଥିବା ଟ୍ରାନ୍ସିଲ୍‌ଭାନିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିଥିଲା। ସେହିପରି ୨୦୨୪ର ସନ୍‌ଡାନ୍‌ସ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ଏହି ଫିଲ୍ମ ୨ଟି ମୁଖ୍ୟ ପୁରସ୍କାର ଜିତିପାରିଥିଲା। ଏହି ପୁରସ୍କାର ଜିତି ରିଚା ଚଢ଼ା କହିଛନ୍ତି, ଆଇଏଫ୍‌ଏଫ୍‌ଏଲ୍‌ଏ ପରି ଏକ ଅନ୍ତର୍ଜାତୀୟ ପ୍ଲାଟ୍‌ଫର୍ମରେ ଗ୍ରାଣ୍ଡ ଜୁରି ପୁରସ୍କାର ଜିତିବା ନିଶ୍ଚିନ୍ତ ଭାବେ ଗର୍ବର ବିଷୟ। ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ର ପୂରା ଟିମ୍‌ର କଠିନ ପରିଶ୍ରମକୁ ଏହି ପୁରସ୍କାର ସାର୍ଥକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ,୬ା୭(ପି.ଟି.): ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି। ଆସନ୍ତା ୧୨ ତାରିଖରେ...

ଡେଭିଡ୍‌ ଲାମି ନୂଆ ବହିର୍ବ୍ୟାପାର ସଚିବ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମର ଶୁକ୍ରବାର ଲେବର ଏମ୍‌ପି ଡେଭିଡ୍‌ ଲାମିଙ୍କୁ ଦେଶର ନୂଆ ବହର୍ବ୍ୟାପାର ସଚିବ ନିଯୁକ୍ତ କରିଛନ୍ତି। ୫୧ ବର୍ଷୀୟ ଡେଭିଡ୍‌ ଭାରତ...

ହାଉସ୍‌ ଅଫ୍‌ କମନ୍ସରେ ୨୬ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ...

କେମିତି ରହିବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ...

୬୩୦ ଭୋଟରେ ହାରିଲେ ଲିଜ୍‌ ଟ୍ରସ୍‌

ବ୍ରିଟେନ୍‌ରେ ସବୁଠୁ କମ୍‌ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା କଞ୍ଜରଭେଟିଭ୍‌ ପାର୍ଟିର ଲିଜ୍‌ ଟ୍ରସ୍‌ ୬୩୦ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଯାଇଛନ୍ତି। ପୂର୍ବ ଲଣ୍ଡନ୍‌ର ନୋର୍‌ଫୋକ୍‌...

ଡାଉନିଂ ଷ୍ଟ୍ରିଟ୍‌ରେ ଷ୍ଟର୍ମର

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ...

ଇତିହାସ ରଚିଲେ ବ୍ରିଟେନ୍‌ର ନୂଆ ସରକାର,ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

ଲଣ୍ଡନ,୫।୭: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ...

୧୪ ବର୍ଷ ଶାସନ କରିବା ପରେ କାହିଁକି ହାରିଲା ସୁନକଙ୍କ ଦଳ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri