ଅଲାର ଗଦବା ସମାଜର ବିଶାଳ ଶୋଭାଯାତ୍ରା

କୋରାପୁଟ,୮।୯(ଅମିତାଭ ବେହେରା): ଅଲାର ଗଦବା ସମାଜ ପକ୍ଷରୁ ଶୁକ୍ରବାର କୋରାପୁଟରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲା ଅଲାର ଗଦବା ସମାଜର ଜିଲା ସଭାପତି ଶୁକ୍ରା ଖରା, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡମଙ୍କ ନେତୃତ୍ୱରେ ହୋଇଥିବା ଶୋଭାଯାତ୍ରାରେ ଅଭିଭକ୍ତ କୋରାପୁଟ ଜିଲାରୁ ୫ ହଜାରରୁ ଊର୍ଦ୍ଧ୍ୱ ଗଦବା ସମାଜର ଲୋକେ ସାମିଲ ହୋଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୋରାପୁଟ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଅଲାର ଗଦବା ଭାଷାରେ ଶିକ୍ଷା ଦାନ ସହ ଶିକ୍ଷକ ନିଯୁକ୍ତି ସହ ଅନ୍ୟାନ୍ୟ ଦାବି ନେଇ ଏହି ଶୋଭାଯାତ୍ରା କରାଯାଇଛି।

Share