Categories: ଖେଳ

ଗ୍ରାଣ୍ଡସ୍ଲାମ ଚାମ୍ପିୟନ କ୍ରିସ୍‌ ଏଭର୍ଟଙ୍କୁ ପୁଣି କ୍ୟାନ୍‌ସର: ଚାଲିଛି କେମୋଥେରାପି ଚିକିତ୍ସା

ନ୍ୟୁୟର୍କ,୧୦ା୧୨: ୧୮ ଥର ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନ କ୍ରିସ ଏଭର୍ଟ ପୁଣି କ୍ୟାନ୍‌ସର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଡାକ୍ତରୀଟିମ୍‌ ଶରୀରର ପେଲ୍‌ଭିକ ଏରିଆରେ କ୍ୟାନ୍‌ସର ସେଲ୍‌ ଠାବ କରିଛନ୍ତି। ସମସ୍ତ ସେଲ୍‌କୁ ହଟାଇ ଦିଆଯିବା ସହ ତାଙ୍କର କେମୋଥେରାପି ଚିକିତ୍ସା ଆରମ୍ଭ ହୋଇଛି। ୬୮ବର୍ଷୀୟା କ୍ରିସଙ୍କ ପ୍ରଥମେ ୨୦୨୧ ଡିସେମ୍ବରରେ ଓଭାରିଆନ କ୍ୟାନ୍‌ସ ଚିହ୍ନଟ ହୋଇଥିଲା। ଅଷ୍ଟ୍ରେଲିଆନ ଓପନ ଆସନ୍ତା ମାସରେ ଆରମ୍ଭ ହେବ। ହେଲେ ଗ୍ରାଣ୍ଡସ୍ଲାମ ସିଜନରେ ସେ ବିଶ୍ରାମ ନେବାକୁ ଚାହୁଁଥିବା କ୍ରିସ କହିଛନ୍ତି।

Share