Categories: ଖେଳ

ମା’ ହେବାକୁ ଯାଉଛନ୍ତି ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭ

ପ୍ରେଗ୍‌, ୨ା୧: ଦୁଇଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ପେଟ୍ରା କ୍ୱିଟୋଭା ପ୍ରଥମ ସନ୍ତାନର ମା’ ହେବାକୁ ଯାଉଛନ୍ତି ବୋଲି ବର୍ଷ ଆରମ୍ଭରେ ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଚେକ୍‌ ରିପବ୍ଲିକର ଏହି ଖେଳାଳି ଓ ତାଙ୍କ ସ୍ବାମୀ ନୂଆ ବର୍ଷ ଅଭିନନ୍ଦନ ଜଣାଇବା ସହ ଏହି ଖବରକୁ ଶେୟାର କରିଛନ୍ତି। ତାଙ୍କ ପରିବାର ଗ୍ରୀଷ୍ମଋତୁରେ ନୂଆ ସନ୍ତାନକୁ ସ୍ବାଗତ କରିବେ ବୋଲି କହିଛନ୍ତି। କ୍ୱିଟୋଭା ୨୦୨୩ ଜୁଲାଇରେ ତାଙ୍କ ଦୀର୍ଘଦିନର କୋଚ୍‌ ଜିରି ଭାନେକଙ୍କୁ ବିବାହ କରିଥିଲେ। ୩୩ ବର୍ଷୀୟା ଟେନିସ ଷ୍ଟାର ୨୦୧୧ ଓ ୨୦୧୪ରେ ଓ୍ବିମ୍ବେଲଡନ ଜିତିଛନ୍ତି। ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୧୭ତମ ସ୍ଥାନରେ ଅଛନ୍ତି। ଡିସେମ୍ବର ପ୍ରଥମ ଭାଗରେ ଅଷ୍ଟ୍ରେଲିଆନ ଓପନ ଏଣ୍ଟ୍ରି ଲିଷ୍ଟରେ କ୍ୱିଟୋଭାଙ୍କ ନାମ ସ୍ଥାନ ପାଇଥିଲା। ତେବେ ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସେ ଭାଗ ନେବେ କି ନା ତାହା ସ୍ପଷ୍ଟ ହୋଇନାହିଁ।

Share