ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି ହୋଇଥିବା ଜଣାପଡିଛି। ହୋଟେଲରୁ ପ୍ରାୟ ୩ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା, ସିସି ଟିଭି ହାର୍ଡ ଡିସ୍କ ଚୋରି ହୋଇଥିବା ନେଇ ହୋଟେଲ ମାଲିକ ମର୍ଣିଂ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ସୋମବାର ରାତିରେ ହୋଟେଲ ସଫା ହୋଇଥିଲା। ରାତି ୧୨ଟାରେ ହୋଟେଲ ବନ୍ଦ କରି ମାଲିକ ଘରକୁ ଫେରିଯାଇଥିଲେ। ତେବେ ମଙ୍ଗଳବାର ସକାଳୁ ହୋଟେଲ ଷ୍ଟାଫ ଆସି ହୋଟେଲ ପଛପଟେ ରହିଥିବା କବାଟ ଖୋଲି ଭିତରକୁ ଯାଇଥିଲେ। ହେଲେ କର୍ମଚାରୀ ରୋଷେଇ ଶାଳରେ ରହିଥିବା ଏକଜିଷ୍ଟିଂ ଫ୍ୟାନ ନ ଥିବା ଦେଖି ହୋଟେଲ ମାଲିକ ଶ୍ରୀନିବାସଙ୍କୁ ଫୋନ କରି ଜଣାଇଥିଲେ।

ହୋଟେଲ ମାଲିକ ଶ୍ରୀନିବାସ ପହଞ୍ଚି ଦେଖିଲା ବେଳକୁ କାଉଣ୍ଟର ଡ୍ରୟର ଭଙ୍ଗା ଯାଇ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ରାୟଗଡ଼ା ଟାଉନ ଥାନାରେ ଏତଲା ଦେବା ପରେ ଆଇଆଇସି କେକେବିକେ କହଁର ଓ ପୋଲିସ ଟିମ୍‌ ସହ ଆସି ଘଟଣାର ତଦନ୍ତ କରିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍‌ ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ଆଇଆଇସି କହଁରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି। ତଦନ୍ତ ପରେ ଚୋରିର ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri