
ନୀଳଗିରି,୧୨।୪(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଶ୍ଳୀଳ ଫଟୋ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉକ୍ତ ବ୍ୟକ୍ତି ହେଲେ ଅଯୋଧ୍ୟା ଫାଣ୍ଡି ଅଞ୍ଚଳର ନାରାୟଣ ଖମାରୀ (୫୦)। ଉକ୍ତ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ନାରାୟଣ ବଳପୂର୍ବକ ଅଶ୍ଳୀଳ ଆଚରଣ ସହ ମୋବାଇଲରେ ଅଶ୍ଳୀଳ ଫଟୋ ଉତ୍ତୋଳନ କରି ପ୍ରଘଟ କରିଥିଲେ। ବାରମ୍ବାର ଏଭଳି ଆଚରଣ କରିବା ସହ ଅଭିଯୁକ୍ତ ନାବାଳିକାଙ୍କୁ ମଧ୍ୟ ଧମକ ଚମକ ଦେଇଆସୁଥିଲେ। ଏ ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଜାଣିବା ପରେ ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି ଡାକ୍ତରୀମାଇନା ପରେ ପୋକ୍ସୋ ଆକ୍ଟରେ ଏକ ମାମଲା (ନଂ. ୧୨୯/୨୫) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।