୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ଜେଜେବାପା: ବାନ୍ଧିଲା ପୋଲିସ

ପଟ୍ଟାମୁଣ୍ଡାଇ,୩୦ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳ ଥାନା ପୋଲିସ ସମ୍ପୃକ୍ତ ବୃଦ୍ଧଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେ ହେଲେ ବଟକୃଷ୍ଣ ସାହୁ(୬୫)। ସେ ପୀଡ଼ିତାଙ୍କ ସମ୍ପର୍କୀୟ ଜେଜେବାପା ବୋଲି ପୋଲିସ କହିଛି।
ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ମା’ବାପା କୌଣସି କାମରେ ବାହାରକୁ ଯାଇଥିଲେ। ଗୁରୁବାର ଅପରାହ୍ନରେ ନାବାଳିକା ଜଣକ ଏକୁଟିଆ ଘରେ ଥିଲେ। ଏହି ସୁଯୋଗରେ ବଟକୃଷ୍ଣ ନାବାଳିକାଙ୍କ ଘରକୁ ଯାଇଥିଲେ। ତାଙ୍କୁ ପାଣି ପିଇବା ପାଇଁ ମାଗିଥିଲେ। ନାବାଳିକା ପାଣି ଆଣିବାକୁ ଯିବା ବାଟରେ ବଟକୃଷ୍ଣ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକ ଥାନାରେ ଗୁରୁବାର ସନ୍ଧ୍ୟାରେ ଏତଲା ଦେବା ପରେ ଶୁକ୍ରବାର ପୋଲିସ ବଟକୃଷ୍ଣଙ୍କୁ ଗିରଫ କରିଥିଲା। ଏ ନେଇ ଏକ ମାମଲା(ନଂ.୫୭୫/୨୪) ରୁଜୁ ହୋଇଛି। ଉଭୟଙ୍କ ଡାକ୍ତରୀମାଇନା କରାଯାଇଛି। ପରେ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡ଼ା ପୋକ୍‌ସୋ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

DC vs RR: ସୁପର ଓଭରର ରୋମାଞ୍ଚରେ ଜିତିଲା ଦିଲ୍ଲୀ, ଟ୍ରିଷ୍ଟାନ ଷ୍ଟବସ୍ ଛକା ମାରି ଜିତାଇଲେ…

ନୂଆଦିଲ୍ଲୀ,୧୭ା୪: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା...

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା,୧୭ା୪: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା...

Naveen Patnaik: ପୁଣି ନିର୍ବାଚନ ଲଢିବେ ନବୀନ

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର): ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ...

ଶ୍ରୀକାନ୍ତଙ୍କ ଘରକୁ ଅଖିଳେଶଙ୍କ ଆସିବା ନେଇ ରାଜନୀତି

ଭୁବନେଶ୍ୱର, ୧୭ା୪(ସୁନିତ୍‌ ମିଶ୍ର): ସମାଜବାଦୀ ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିବା ଆରମ୍ଭ ହୋଇଛି। ଅଖିଳେଶ ଭୁବନେଶ୍ବର...

World Haemophilia Day: ଆଜି ବିଶ୍ୱ ହେମୋଫିଲିଆ ଦିବସ: ଜାଣନ୍ତୁ ଏହି ରୋଗର ଚିହ୍ନଟ,ଚିକିତ୍ସା,ନିବାରଣମୂଳକ ବ୍ୟବସ୍ଥା..

ହେମୋଫିଲିଆ ଏକ ଜିନ୍‌ ରୋଗ ଓ ବଂଶାନୁକ୍ରମିକ। ଏହା ଏକ ରକ୍ତଜନିତ ରୋଗ। ପରିବାରର ଏକାଧିକ ବ୍ୟକ୍ତି ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ମହିଳା ବା...

କଂଗ୍ରେସରେ ମିଶିଲେ ବହୁ ବିଜେଡି-ଭାଜପା ନେତା, ରାଜନୀତିରେ ହଲଚଲ

ଭୁବନେଶ୍ୱର,୧୭ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ବିଜେଡି, ଭାଜପା ନେତା ଓ କର୍ମୀ ବୁଧବାର କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସ ଭବନରେ ଆୟୋଜିତ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image