ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା

ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ମିଲନ ଦୀପ (୧୩)ଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇ ଥିବା ଅଭିଯୋଗ ହୋଇଛି। ଗଳା କାଟିବା ବେଳେ ସମ୍ପର୍କୀୟ ଅଜାଙ୍କ ହାବୁଡ଼ରୁ ମିଳନ ଖସି ଆସିବାରୁ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ସଇଁତଲା ଓ ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଭର୍ତ୍ତି କରିଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ ପଟେ ସଇଁତଳା ଥାନା ପୋଲିସ ଭୋଏରପଡା ଗାଁରେ ପହଞ୍ଚି ଅଭିଯୁକ୍ତ ଅଜା ସିରଞ୍ଚି ଭୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜମିବାଡି ବିବାଦକୁ ନେଇ ଅଜା ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଢିଙ୍କିଆ ପଞ୍ଚାୟତ ନିର୍ବାଚନରେ ସ୍ବାଭିମାନ ମଞ୍ଚ ପ୍ରାର୍ଥିନୀ ପିଙ୍କି ଦାସ ବିଜୟୀ

କୁଜଙ୍ଗ,୬।୧୦(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକର ବହୁଚର୍ଚ୍ଚିତ ଢିଙ୍କିଆ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଶନିବାର କଡା ସୁରକ୍ଷା ବଳୟ ମଧ୍ୟରେ ବ୍ଲକ କାର୍ଯ୍ୟାଳୟରେ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

କୁଷ୍ମାଣ୍ଡା ବେଶରେ ମା’ ସମଲେଶ୍ୱରୀ

ବରଗଡ଼,୬ା୧୦: ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ରବିବାର ମା’ ସମଲେଶ୍ବରୀ କୁଷ୍ମାଣ୍ଡା ବେଶରେ ଦର୍ଶନ...

ଚୋରି କରିନେଲେ କୋଟିଏ ଟଙ୍କାର କଳାପଥର

ଯାଜପୁର,୬ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳର ଡଙ୍କାରୀ ପାହାଡ଼ ପାଦଦେଶରେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କଳାପଥର ଲୁଟ...

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri