ଜେଜେ ଥିଲେ ମୁଖ୍ୟମନ୍ତ୍ରୀ, ନାତି ହେଲେ ଉପମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡ଼ିଶାରେ ଖୁସିର ଲହରି

ବଲାଙ୍ଗୀର,୧୨।୬: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ବୁଧବାର ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବ। ଏଥିସକାଶେ ମଙ୍ଗଳବାର ଭୁବନେଶ୍ୱରଠାରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗୀର ଜିଲା ପାଟଣାଗଡ ଆସନରୁ ନିର୍ବାଚିତ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା ଖବର ପରିବେଷଣ ପରେ ପାଟଣାଗଡ଼ ବିଧାନସଭା ଆସନ, ବଲାଙ୍ଗୀର ଜିଲା ଏବଂ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି। ପାଟଣାଗଡ଼ରେ ଭାଜପା ସମର୍ଥକମାନେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି।
ପୂର୍ବରୁ କନକବର୍ଦ୍ଧନ ସିଂଦେଓଙ୍କ ଜେଜେବାପା ତଥା ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଥିଲେ। ଏବେ ନାତି କନକବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ହେବା ପରେ ସେହି ନେତୃତ୍ୱର ଧାରା ଅବ୍ୟାହତ ରହିଛି। ରାଜେନ୍ଦ୍ର ନାରାୟଣ ସିଂଦେଓ ୧୯୬୭ ମାର୍ଚ୍ଚ ୮ରୁ ୧୯୭୧ ଜାନୁଆରୀ ୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ ସମ୍ଭାଳିଥିଲେ। ସେ ସ୍ବତନ୍ତ୍ର ପାର୍ଟିରୁ ପ୍ରତିନିଧିତ୍ୱ କରିଥିଲେ। ପରେ ସେ ପୁଣିଥରେ ୧୯୭୧ ଏବଂ ୧୯୭୪ ମସିହାରେ ନିର୍ବାଚିତ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବଲାଙ୍ଗିର ଜିଲ୍ଲାରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ ହୋଇଥିଲା। ସେହି ସମୟରେ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ
ଭଳି ଅନେକ କ୍ଷେତ୍ରରେ ହୋଇଥିବା ବିକାଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି। ସେହିପରି ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାତି କନକବର୍ଦ୍ଧନ (ରାଜରାଜ ସିଂଦେଓଙ୍କ ପୁଅ) ମଧ୍ୟ ଜଣେ ପୁରୁଖା ରାଜନେତା ଅଟନ୍ତି ।
ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର ପାଇଁ ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କନକ ବର୍ଦ୍ଧନ ୧୯୯୦ରେ ରାଜନୀତିକୁ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ପାଟଣାଗଡ଼ ଆସନରୁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତତ୍କାଳୀନ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କଠାରୁ ୧୯୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହାପରେ ୧୯୯୫ ମସିହା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଟଣାଗଡରୁ ଭାଜପା ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ରେକର୍ଡ ୪୩,୯୨୬ ଖଣ୍ଡ ଭୋଟ ବ୍ୟବଧାନରେ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କୁ ପରାସ୍ତ କରି ପ୍ରଥମ ଥର ବିଧାୟକ ହୋଇଥିଲେ। ଏହାପରେ ସେ ୨୦୦୦, ୨୦୦୯, ୨୦୧୪ରେ କ୍ରମାଗତ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ। ୨୦୨୪ରେ ସେ ଷଷ୍ଠ ଥର ଭାଜପା ବିଧାୟକ ଭାବେ ପାଟଣାଗଡ଼ରୁ ନିର୍ବାଚିତ ହୋଇ ବୁଧବାର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୦୦ରୁ ୨୦୦୪ ମସିହାରେ ସେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଶିଳ୍ପମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୩ରୁ ୨୦୧୬ ଯାଏ ସେ ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ଦଳୀୟ ସଙ୍ଗଠନକୁ ସଶକ୍ତ କରିଥିଲେ। କନକ ବର୍ଦ୍ଧନଙ୍କ ସ୍କୁଲ ଓ କଲେଜ ଶିକ୍ଷା ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଛି। ସେ ୧୯୭୫ ମସିହାରେ ନୂଆଦିଲ୍ଲୀ ଏୟାରଫୋର୍ସ ସେଣ୍ଟ୍ରାଲ ସ୍କୁଲରୁ ମାଟ୍ରିକ୍‌ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ (ବିଏ ପାର୍ଟ-୧) ପାଠ ପଢ଼ିଛନ୍ତି। ତାଙ୍କ ସ୍ତ୍ରୀ ତଥା ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଚଳିତ ନିର୍ବାଚନକୁ ମିଶି ୫ ଥର ବଲାଙ୍ଗୀର ଲୋକ ସଭା ଆସନରୁ ଏମ୍‌ପି ନିର୍ବାଚିତ ହୋଇଛନ୍ତି। କନକ ବର୍ଦ୍ଧନ ସିଂଦେଓଙ୍କ ଏକମାତ୍ର ଝିଅ ନିଭ୍ରିତି କୁମାରୀ ସିଂଦେଓ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ବୁଧବାର ଶପଥ ପାଠ କରିବେ ବୋଲି ଜଣାପଡିବା ପରେ ବଲାଙ୍ଗୀରର ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମହାଶିବରାତ୍ରୀ: ଝଲସୁଛି ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୨(ସୁବାସ ଚନ୍ଦ୍ର ପ୍ରଧାନ): ଆଜି ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ରଙ୍ଗିନ ଆଲୋକମାଳା ସହ ଫୁଲରେ ଝଲସୁଛି...

ମହାଶିବରାତ୍ରି ପାଇଁ ଲିଙ୍ଗରାଜରେ ପ୍ରବଳ ଭିଡ଼, ଦଳାଚକଟାରେ ୨ ମହିଳା ଭକ୍ତ ଆହତ

ଭୁବନେଶ୍ୱର,୨୬।୨: ଆଜି ଜାଗର। ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ...

୨୮ରୁ ବଢ଼ିବ ତାତି: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ହେବନାହିଁ ପାଣିପାଗରେ ବିଶେଷ ପରିବର୍ତ୍ତନ

ଭୁବନେଶ୍ୱର,୨୬ା୨(ଅନୁରାଧା ମହାରଣା):ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ...

୧୦ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଆକ୍ସନରେ ପ୍ରଶାସନ

ମାଲକାନଗିରି,୨୫ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ୧୦ ମ ଶ୍ରେଣୀ ଛାତ୍ରୀ ମା’ ହେବା...

ପ୍ରୟାଗରାଜରେ ବୁଡ଼ ପକାଇଲେ ରାଜ୍ୟପାଳ

ଭୁବନେଶ୍ୱର,୨୫ା୨(ସୁଚିସ୍ମିତା ସାହୁ): ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ମଙ୍ଗଳବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା...

୨୮ରୁ ବଢ଼ିବ ତାତି

ଭୁବନେଶ୍ୱର,୨୫ା୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।...

ମୋ ସ୍କୁଲ ଯୋଜନାରେ ଟଙ୍କା ଆତ୍ମସାତ: ପ୍ରଧାନଶିକ୍ଷକ ନିଲମ୍ବିତ

ହରଭଙ୍ଗା,୨୫।୨(ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଚାରିଛକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଯୋଜନାରେ ହୋଇଥିବା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ...

ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍‌ଫେଲ୍‌ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ

ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image