ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ ସିଂ କହିଛନ୍ତି, ନାତି କଠିନ ପରିଶ୍ରମ କରିଥିଲା। ଅଲିମ୍ପିକ୍ସ ଖେଳିବାକୁ ଯାଇ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ସେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ଗର୍ବରେ ମୋ ମୁଣ୍ଡ ଉଚ୍ଚା ହୋଇଛି ବୋଲି ସେ କହିଛନ୍ତି।