
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳକଇଁସାରୀ ଗ୍ରାମରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ଗଣ୍ଡଗୋଳକୁ ନେଇ ପୁତୁରା ଟାଙ୍ଗିଆରେ ହାଣି ସମ୍ପର୍କୀୟ ଦାଦାଙ୍କ ଗଣ୍ଡିମୁଣ୍ଡ ଅଲଗା କରିଦେଇଛନ୍ତି। ମୃତକ ଜଣକ ହେଲେ ହରି ଦେହୁରୀ। ହତ୍ୟାକାରୀ ପୁତୁରା କବି ଦେହୁରୀ କଟାମୁଣ୍ଡକୁ ଏକ ବ୍ୟାଗରେ ଧରି ଆଣି ଶୁଆକାଟି ଫାଣ୍ଡିରେ ଆତ୍ମସମର୍ପଣ କରିଛି। ସଦର ଥାନା ପୋଲିସ ପହଞ୍ଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଚଳାଇଛି।