Posted inଜାତୀୟ

ସମ୍ପତ୍ତି ବିବାଦରୁ ଶିଳ୍ପପତିଙ୍କୁ ୭୩ ଥର ଛୁରିଭୁସି ହତ୍ୟା କଲେ ନାତି

ହାଇଦ୍ରାବାଦ,୯।୨: ଏକ ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୩ ଥର ଛୁରି ଭୁସି ଅତ୍ୟାନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ, ଭେଲ୍‌ଜାନ ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ଜନାର୍ଦ୍ଦନଙ୍କୁ ଗୁରୁବାର ରାତିରେ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସାମ୍‌ନାକୁ ଆସିଛି। ସମ୍ପତ୍ତିକୁ ନେଇ ଝଗଡ଼ା ପରେ ଆମେରିକା ଫେରନ୍ତା ୨୯ ବର୍ଷୀୟ ନାତି କୀର୍ତ୍ତି ଜେଜେ ଜନାର୍ଦ୍ଦନଙ୍କୁ ୭୩ ଥର ଛୁରି ଭୁସିଥିଲେ।

ଜନାର୍ଦ୍ଦନ ଏଲୁରୁର ମୂଳ ବାସିନ୍ଦା ହୋଇଥିବାବେଳେ ସେ କିଛି ମାସ ହେଲା ହାଇଦ୍ରାବାଦର ସୋମାଜିଗୁଡ଼ା ଅଞ୍ଚଳରେ ଥିବା ବାସଭବନରେ ରହୁଥିଲେ। ସେ ନିକଟରେ ତାଙ୍କ ବଡ଼ ଝିଅଙ୍କ ପୁଅ ଶ୍ରୀକ୍ରିଷ୍ଣାଙ୍କୁ ଭେଲ୍‌ଜାନ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ନିଯୁକ୍ତ କରିବା ସହ ଦ୍ୱିତୀୟ ଝିଅ ସରୋଜିନୀ ଦେବୀଙ୍କ ପୁଅ କୀର୍ତ୍ତିଙ୍କ ନାମରେ ୪ କୋଟି ଟଙ୍କାର ଶେୟାର ଟ୍ରନ୍ସଫର କରିଥିଲେ।

ପୋଲିସ କହିବା ଅନୁଯାୟୀ, ସରୋଜିନୀ ଓ ତାଙ୍କ ପୁଅ ଗୁରୁବାର ଜନାର୍ଦ୍ଦନଙ୍କ ଘରକୁ ଯାଇଥିଲେ। ସମ୍ପତ୍ତି ବଣ୍ଟନ ଘଟଣାକୁ ନେଇ ଜେଜେ ଓ ନାତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲଲା। କୀର୍ତ୍ତି ଉତ୍ତେଜିତ ହୋଇ ୭୩ ଥର ଛୁରାମାଡ଼ କରିବାରୁ ଘଟଣାସ୍ଥଳରେ ଜନାର୍ଦ୍ଦନଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ରୋଷେଇ ଘରକୁ ଚା’ ପାଇଁ ଯାଇଥିବା ସରୋଜିନୀ ପାଟି ଶୁଣି ଆସି ହସ୍ତକ୍ଷେପ ପାଇଁ ଉଦ୍ୟମ କରିବାରୁ ସେ ମଧ୍ୟ କୀର୍ତ୍ତିଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ମଧ୍ୟ ୪ ଥର ଛୁରାମାଡ଼ ହୋଇଛି। କୀର୍ତ୍ତି ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀଙ୍କୁ ଧମକ ଦେଇ ଖସି ପଳାଇଥିଲେ। ପଞ୍ଜଗୁଟ୍ଟା ପୋଲିସ ଶନିବାର ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆମେରିକାରୁ ମାଷ୍ଟର ଡିଗ୍ରୀ ହାସଲ କରି ଫେରିଥିବା ଅଭିଯୁକ୍ତ କୀର୍ତ୍ତିଙ୍କୁ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୨,୦୦୦ ନବାଗତଙ୍କୁ ନିଯୁକ୍ତି ଦେବ TCS, ଟ୍ରମ୍ପଙ୍କ ଟାରିଫ୍ ଭୟରେ ଅଟକିଲା ବେତନ ବୃଦ୍ଧି

ନୂଆଦିଲ୍ଲୀ,୧୧।୪: ପ୍ରମୁଖ ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (TCS) ଆର୍ଥିକ ବର୍ଷ ୨୦୨୬ରେ ୪୨,୦୦୦ ଫ୍ରେଶର୍(ନବାଗତ) ନିଯୁକ୍ତ କରିବ। ଅନ୍ୟପଟେ ବିଶ୍ୱ ବଜାରରେ ଅନିଶ୍ଚିତତା...

ଏହି ତାରିଖ ଦିନ ସୁପ୍ରିମକୋର୍ଟରେ ହେବ ଓ୍ବକ୍‌ଫ ଶୁଣାଣି

ନୂଆଦିଲ୍ଲୀ,୧୦।୪: ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିଶନଗୁଡ଼ିକର ଏକତ୍ର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ...

କାଳ ବୈଶାଖୀର ତାଣ୍ଡବ, ବର୍ଷା-ଘଡ଼ଘଡ଼ିରେ ୩୦ରୁ ଊର୍ଦ୍ଧ୍ୱ ଲୋକାଙ୍କ ମୃତ୍ୟୁ

ପାଟନା,୧୦।୪: ବିହାରର ନାଳନ୍ଦା, ସିୱାନ, ଭୋଜପୁର, ଗୋପାଳଗଞ୍ଜ, ବେଗୁସରାଇ, ସରନ, ଗୟା, ଜେହାନାବାଦ ଏବଂ ଅରୱାଲରେ ଗୁରୁବାର ଅବରାହ୍ନରେ ବଜ୍ରପାତ ଏବଂ ପ୍ରବଳ ବର୍ଷା ଯୋଗୁଁ...

ପ୍ରତ୍ୟର୍ପଣ ପରେ ଆତଙ୍କବାଦୀ ରାଣାଙ୍କ ପ୍ରଥମ ଫଟୋ ଆସିଲା ସାମ୍ନାକୁ, NIA କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ...

ପାଲଟା ଟାରିଫ୍‌କୁ ୯୦ ଦିନ ଅଟକାଇଲା ୟୁରୋପୀୟ ସଂଘ

ବ୍ରସେଲ୍ସ,୧୦।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରେସିପ୍ରୋକାଲ ଟାରିଫ୍‌ କାର୍ଯ୍ୟକାରିତାକୁ ୯୦ ଦିନ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆମେରିକା ସାମଗ୍ରୀ...

ମମତା ସରକାରଙ୍କୁ ହଟାଇବାକୁ ଏମିତି ଅପିଲ କଲେ ଅଭିନେତା ମିଥୁନ ଚକ୍ରବର୍ତ୍ତି

କୋଲକାତା,୧୦।୪: ବଲିଉଡ ଅଭିନେତା ଏବଂ ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀ ଗୁରୁବାର କହିଛନ୍ତି ଯେ ଯଦି ମମତା ବାନାର୍ଜୀଙ୍କୁ ପଶ୍ଚିମବଙ୍ଗରୁ ବିତାଡ଼ିତ କରିବାକୁ ପଡ଼େ, ତେବେ...

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା NIA

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ...

ଖୁସି ଖବର ଦେଲା ପାଣିପାଗ ବିଭାଗ! ଏହି ରାଜ୍ୟରେ ହେବ ବର୍ଷା

ନୂଆଦିଲ୍ଲୀ,୧୦।୪: ଉତ୍ତର ଭାରତରେ ପାଗ ପୁଣି ଥରେ ବଦଳି ଯାଇଛି। ଗୁରୁବାର ଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ପ୍ରବଳ ପବନ ବହିଥିଲା, ଯାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image