ଜେଜେମା’ଙ୍କ ଜୀବନ ନେଲେ ନାତି

ରାଇକିଆ,୨୨ା୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମଣ୍ଡାକିଆ ପଞ୍ଚାୟତର କାମ୍ବାଗୁଡ଼ା ଗ୍ରାମର ସରୋଜିନି ପ୍ରଧାନ(୭୨) ନାମକ ଜଣେ ବୃଦ୍ଧାଙ୍କ ମୃତଦେହ ରାଇକିଆ ପୋଲିସ ଜବତ କରିଛି। ବୃଦ୍ଧାଙ୍କୁ ତାଙ୍କର ମାନସିକ ବିକାରଗ୍ରସ୍ତ ନାତି ମନୋଜ ପ୍ରଧାନ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଖାଇବାକୁ ଦେବାରେ ବିଳମ୍ବ ହେବାରୁ ନାତି ଜେଜେମାଙ୍କୁ ମାଡ଼ ମାରିଥିଲେ। ଘରୁ ବାହାରକୁ ଚାଲିଯାଇଥିଲା। ଘରେ କେବଳ ଜେଜେମା ଏବଂ ନାତି ରହୁଥିବାରୁ ଘଟଣା ସମ୍ପର୍କରେ ସକାଳେ ଜଣାପଡ଼ିଥିଲା। ସକାଳୁ ସରୋଜିନୀଙ୍କ ମୃତଦେହ ଘରେ ପଡ଼ିରହିଥିବା ଏବଂ ଘର ବାହାରେ ନାତି ଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇବା ପରେ ରାଇକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ନାତି ମନୋଜଙ୍କୁ ଅଟକ ରଖିଛି । ଏ ନେଇ କେସ୍‌ ନଂ. ୧୧/୨୨ରେ ଏକ ମାମଲା ରୁଜୁ କରିଛି।

Share