ଗ୍ରାଣ୍ଟ ଶାପ୍ସ ବ୍ରିଟେନର ନୂଆ ପ୍ରତିରକ୍ଷା ସଚିବ, ବେନ ଓ୍ବାଲେସଙ୍କ ସ୍ଥାନରେ ସମ୍ଭାଳିବେ ଦାୟିତ୍ୱ

ଲଣ୍ଡନ,୩୧।୮: ବ୍ରିଟିଶ ସରକାର ପୂର୍ବତନ ଶକ୍ତି ସଚିବ ଗ୍ରାଣ୍ଟ ଶାପ୍ସଙ୍କୁ ଦେଶର ନୂତନ ପ୍ରତିରକ୍ଷା ସଚିବ ଭାବେ ନାମିତ କରିଛନ୍ତି। ବାସ୍ତବରେ, ଶାପ୍ସ ବର୍ତ୍ତମାନ ବେନ ୱାଲେସଙ୍କ ସ୍ଥାନ ନେବେ। ଚାରି ବର୍ଷ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ବେନ ୱାଲେସ କହିଥିଲେ। ସୂଚନାଯୋଗ୍ୟ ଯେ ସେ ଆଗାମୀ ଜାତୀୟ ନିର୍ବାଚନରେ ବିଧାୟକ ପଦରୁ ବିଦାୟ ନେବେ।

ନାଟୋ ସେକ୍ରେଟେରୀ ଜେନେରାଲ ଜେନ୍ସ ଷ୍ଟୋଲଟେନର୍ଗଙ୍କ ଉତ୍ତରାଧିକାରୀ ଭାବରେ ବେନ ୱାଲେସଙ୍କୁ ବିବେଚନା କରାଯାଉଥିଲା। ଗତ ବର୍ଷ ରୁଷିଆର ୟୁକ୍ରେନ ଉପରେ ଆକ୍ରମଣ ଉପରେ ବ୍ରିଟେନର ପ୍ରତିକ୍ରିୟା ସୃଷ୍ଟି କରିବାରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ବେନ ୱାଲେସଙ୍କ କାର୍ଯ୍ୟକାଳ ସମୟରେ, ବ୍ରିଟେନ ୨୦୨୨ରେ ୨.୩ବିଲିୟନ ପାଉଣ୍ଡ (୨.୯ ବିଲିୟନ ଡ଼ଲାର) ମୂଲ୍ୟର ସାମରିକ ସହାୟତା ଯୋଗାଇ ଦେଇଥିଲା। ଏହା ପରେ ବ୍ରିଟେନ ପ୍ରଥମ ଦେଶ ଭାବରେ ଚଳିତ ବର୍ଷ ମେ’ରେ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ରୁଜ କ୍ଷେପଣାସ୍ତ୍ର ଯୋଗାଇବା ଆରମ୍ଭ କରିଥିଲା।

Share