Posted inଜାତୀୟ

ଦିଲ୍ଲୀରେ ଜିଆର୍‌ଏପି-୪ ବଳବତ୍ତର ରହିବ

ନୂଆଦିଲ୍ଲୀ,୨୬ା୧୧(ପି.ଟି.): ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ର ଚତୁର୍ଥ ପର୍ଯ୍ୟାୟ (ଜିଆର୍‌ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ ସୋମବାର କହିଛନ୍ତି। ତଦନୁଯାୟୀ ଦିଲ୍ଲୀ ଭିତରେ ବାହାର ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡ଼ି ପ୍ରବେଶ ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା କଡ଼ାକଡ଼ି ରହିବ। ତେବେ କଟକଣା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ଜଷ୍ଟିସ୍‌ ଏ.ଏସ୍‌. ଓକା ଏବଂ ଏ.ଜି. ମସିହଙ୍କ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି।
ସପ୍ତାହରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ଟପିବା ପରେ ଜିଆର୍‌ଏପି-୪ ଲାଗୁ ହୋଇଥିଲା। ଅଦାଲତଙ୍କ ବିନା ଅନୁମୋଦନରେ ଏହାକୁ କୋହଳ ନ କରିବାକୁ ସର୍ବୋଚ୍ଚ ଅଦାଲତ ପୂର୍ବରୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ। ଗତ ସପ୍ତାହ ତୁଳନାରେ ଦିଲ୍ଲୀର ଏକ୍ୟୁଆଇରେ ସାମାନ୍ୟ ଉନ୍ନତି ହୋଇଛି। ତେଣୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ଅନ୍ୟ ସହରଗୁଡ଼ିକରେ ସ୍କୁଲ୍‌ ଖୋଲିବା ସମ୍ପର୍କରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍‌) ବିଚାର କରିପାରିବ ବୋଲି ଅଦାଲତ କହିଛନ୍ତି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା କଟକଣାର ତଦାରଖ ନିମନ୍ତେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୧୩ କମିଶନରଙ୍କ ପକ୍ଷରୁ ଆଇନଜୀବୀ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ଯାନବାହନ ଚଳାଚଳ ଯାଞ୍ଚ ହେଉଥିଲେ ମଧ୍ୟ ତାହା କେତେ ପ୍ରଭାବୀ ସ୍ପଷ୍ଟ ହୋଇନାହିଁ। ଅନେକ ଚେକ୍‌ପଏଣ୍ଟରେ ବ୍ୟାରିକେଡିଂ କରାଯାଇ ନ ଥିବାରୁ ଟ୍ରକ୍‌ଗୁଡ଼ିକୁ ଅଟକାଇବା ପାଇଁ ପୋଲିସ କର୍ମଚାରୀମାନେ ରାସ୍ତା ମଝିକୁ ଚାଲିଯାଉଛନ୍ତି। ଚେକ୍‌ ପଏଣ୍ଟରେ ବିଭିନ୍ନ ସ୍ତରରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିଥିଲେ। ୨୩ଟି ଚେକ୍‌ପୋଷ୍ଟ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟଗୁଡ଼ିକ ପାଇଁ କାହିଁକି ଦିଆଯାଇ ନାହିଁ ବୋଲି ଖଣ୍ଡପୀଠ ସିଏକ୍ୟୁଏମ୍‌ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକ ସମ୍ପୂର୍ଣ୍ଣ ପରିବାରକୁ ନିର୍ମମ ହତ୍ୟା: ବାପା, ମା’ ଭାଇଙ୍କୁ କୁରାଢ଼ିରେ କାଟିଲେ

ନୂଆଦିଲ୍ଲୀ,୧୦।୧: ଛତିଶଗଡ଼ରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ମାମଲା ଏପର୍ଯ୍ୟନ୍ତ ଶାନ୍ତ ହୋଇ ନଥିଲା, ଏବେ ଆଉ ଜଣେ ସାମ୍ବାଦିକଙ୍କ ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରାଯାଇଛି।...

ସ୍ତ୍ରୀଙ୍କ ନାମରେ FD କଲେ ଖାଲି ଟିକସ ବଞ୍ଚିବ, ହେଲେ ମା’ଙ୍କ ନାମରେ କଲେ ହେବେ ମାଲାମାଲ…

ନୂଆଦିଲ୍ଲୀ,୧୦।୧: ଯେତେବେଳେ ସୁରକ୍ଷିତ ଉପାୟରେ ଭଲ ଟଙ୍କା ରୋଜଗାର କରିବାର ଚିନ୍ତା ମନକୁ ଆସେ, ପ୍ରଥମେ ମନକୁ ଆସେ ସ୍ଥିର ଜମା (FD) ଯୋଜନା। ବର୍ତ୍ତମାନ...

ଯେଉଁମାନେ ଉପକୃତ ହୋଇ ସାରିଛନ୍ତି ସେମାନଙ୍କୁ ସଂରକ୍ଷଣରୁ ବାଦ ଦେବା ଉଚିତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦।୧: ଗୁରୁବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ର ଯେଉଁମାନେ ସଂରକ୍ଷଣ ସୁବିଧା ପାଇଛନ୍ତି ଏବଂ ଅନ୍ୟମାନଙ୍କ...

ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗଙ୍କୁ ସ୍ବତନ୍ତ୍ର ନିମନ୍ତ୍ରଣ, ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କାହିଁକି ନୁହେଁ? ଜାତୀୟ ରାଜନୀତିରେ ଚର୍ଚ୍ଚା ବଢ଼ିଲା… 

ନୂଆଦିଲ୍ଲୀ,୧୦।୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ ଜାନୁଆରୀ ୨୦ରେ ଶପଥ ନେବେ। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା...

ଏମିତି ବି ଆସେ ମୃତ୍ୟୁ: ସ୍କୁଲରେ ହେଲା ହୃଦ୍‌ଘାତ, ୮ ସେକେଣ୍ଡ ମଧ୍ୟରେ ଚାଲିଗଲା ୩ୟ ଶ୍ରେଣୀ ଛାତ୍ରୀଙ୍କ ଜୀବନ

ଅହମ୍ମଦାବାଦ,୧୦।୧: ଗୁଜରାଟର ଅହମ୍ମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ସ୍କୁଲ ପରିସରରେ ଜଣେ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ଏହାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିବା...

ଆଶ୍ଚର୍ଯ୍ୟ, ହେଲମେଟ ନ ପିନ୍ଧି ଚାଲିବାରୁ ବ୍ୟକ୍ତିଙ୍କର ୩୦୦ ଟଙ୍କା ପୋଲିସ କାଟିଲା ଜୋରିମାନା

ମଧ୍ୟପ୍ରଦେଶ,୧୦।୧: ମଧ୍ୟପ୍ରଦେଶ ପନ୍ନା ଜିଲାରୁ ଏକ ଅଜବ-ଗଜବ ମାମଲା ସାମ୍ନାକୁ ଆସିଛି। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବ୍ୟକ୍ତି ହେଲମେଟ ନ ପିନ୍ଧିଥିବାରୁ ପୋଲିସ...

କେନ୍ଦ୍ର ସରକାରଙ୍କ ସହ ମିଶି କାମ କରିବାକୁ ରାଜି ହେଲେ ହେମନ୍ତ ସୋରେନ

ରାଞ୍ଚି,୧୦।୧: ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କ ଉପସ୍ଥିତିରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଏକ ବୈଠକରେ, ମୁଖ୍ୟମନ୍ତ୍ରୀ...

କିଏ ସେହି ବ୍ୟକ୍ତି ଯିଏ ପ୍ରଧାନମନ୍ତ୍ରୀଙ୍କୁ ତୁ ବୋଲି ସମ୍ବୋଧନ କରନ୍ତି, ମୋଦି କହିଲେ ଏବେ ଏମିତି ମୋତେ ଡାକିବାକୁ କେହି…

ନୂଆଦିଲ୍ଲୀ,୧୦ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପଡ୍‌କାଷ୍ଟରେ ତାଙ୍କ ପିଲାଦିନ ଏବଂ ପିଲାଦିନର ବନ୍ଧୁମାନଙ୍କ ବିଷୟରେ କିଛି କଥା ଶେୟାର କରିଛନ୍ତି। ସେ କହିଛନ୍ତି, ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri