Categories: ଫୁରସତ

ଦୀର୍ଘବର୍ଷ ଧରି ଏମିତି ପ୍ରଣାଳୀରେ ସତେଜ ରହୁଥିଲା ଅଙ୍ଗୁର, ଭିଡିଓ ଦେଖିଲେ…

ଆଜିର ସମୟରେ ଲୋକମାନେ ଭାବନ୍ତି ସେମାନେ ମହାନ ଉଦ୍ଭାବନ କରି ବଡ଼ ସଫଳତା ହାସଲ କରିଛନ୍ତି। କିନ୍ତୁ ଏକଥା ସତ ଯେ, ପ୍ରାଚୀନ କାଳର ଲୋକମାନେ ଆଜିର ମଣିଷଙ୍କଠାରୁ ଅଧିକ ଚତୁର ଥିଲେ। କାରଣ ସେମାନେ ଅନନ୍ୟ ଉଦ୍ଭାବନ କରିବାରେ ସକ୍ଷମ ହୋଇଥିଲେ। ପୁରାତନ କାଳରେ ଫ୍ରିଜ୍‌ ନ ଥିଲା, ତେବେ ଲୋକମାନେ ଖାଦ୍ୟକୁ ସତେଜ ରଖିବାରେ କିପରି ସମର୍ଥ ହେଉଥିଲେ କେବେ ଭାବିଛନ୍ତି? ଆଜିକାଲି ଏକ ଭିଡିଓ ଭାଇରାଲ ହେଉଛି, ଯାହା ପ୍ରାଚୀନ କାଳରେ ବର୍ଷ ବର୍ଷ ଧରି ଅଙ୍ଗୁରକୁ କିପରି ସତେଜ ରଖାଯିବ ସୂଚାଉଛି। ଏହା ଦେଖି ବୁଝିପାରିବେ ଯେ, ଆମେ କାହିଁକି ପ୍ରାଚୀନ ଲୋକମାନଙ୍କର ବୁଦ୍ଧିକୁ ପ୍ରଶଂସା କରିବା।

@ TheFigen_ ନାମକ ଏକ ଟୁଇଟର ପେଜ୍‌ରେ ବିଭିନ୍ନ ଭିଡିଓ ଶେୟାର ହୋଇଥାଏ। ଏବେ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଅଙ୍ଗୁର ସତେଜ ରଖିବାର ପ୍ରାଚୀନ ପଦ୍ଧତି (ଅଙ୍ଗୁରକୁ କିପରି ସତେଜ ରଖାଯାଏ) କୁହାଯାଇଛି । ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଯାଇଛି, ଅଙ୍ଗୁର ସଂରକ୍ଷଣର ଏହି କୌଶଳ ପ୍ରାଚୀନ ଆଫଗାନିସ୍ତାନରୁ ଆସିଛି। ଯେଉଁଠାରେ ଅଙ୍ଗୁରକୁ ଏକ ମାଟି ପାତ୍ରରେ ରଖି ସିଲ୍‌ କରାଯାଇଥିଲା। ଏହିପରି ଭାବରେ ଅଙ୍ଗୁରଗୁଡ଼ିକ ଦୀର୍ଘବର୍ଷ ପାଇଁ ସତେଜ ରହିଥିଲା।

ଭିଡିଓରେ ଏକ ଟ୍ରଲିରେ ଅନେକ ମାଟିପାତ୍ର ଦେଖିବାକୁ ମିଳିଛି। ଏଗୁଡ଼ିକ ଗୋଲ ଗୋଲ ଦେଖାଯାଉଛି। ଯିଏ ଦେଖିଲେ ଭାବିବ ଏହା ମାଟିପାତ୍ର। ମାତ୍ର ଯେତେବେଳେ ଜଣେ ବ୍ୟକ୍ତି ଏହି ପାତ୍ରକୁ ଆଣି ଭାଙ୍ଗନ୍ତି ସେଥିମଧ୍ୟରୁ ଅଙ୍ଗୁର ପୂରା ସତେଜ ଥିବା ଦେଖିବାକୁ ମିଳିଛି। ପାତ୍ରଟି ମାଟି ସହିତ ସିଲ୍‌ ହୋଇଛି। ଯାହା ଦ୍ୱାରା ବାୟୁ ଭିତରକୁ ପ୍ରବେଶ କରିବ ନାହିଁ।

ଏହି ଭିଡିଓଟି ୪୯ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଅନେକ ଲୋକ ନିଜ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହା ଏକ ନିଆରା କୌଶଳ। ଅନ୍ୟ ଜଣେ କହିଛନ୍ତି, ପ୍ରଥମେ ତୁମେ ଏହାର ସ୍ବାଦ ଜାଣିବାକୁ ଚାହିଁବ। ତା’ପରେ ଅନ୍ୟ କେହି ଏହାକୁ ଖାଇବେ। ଆଉ ଜଣେ କହିଛନ୍ତି, ଏହା ଏକ ଚତୁର ଆଇଡିଆ। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ଏହାକୁ ପ୍ଲାଷ୍ଟିକରେ ପ୍ୟାକ୍‌ କରିବା ଅପେକ୍ଷା ଏମିତି ସାଇତି ରଖିବା ଭଲ।

Share