ଶିଳ୍ପ ବିହୀନ କନ୍ଧମାଳରେ ଗ୍ରାଫାଇଟ୍‌ ସନ୍ଧାନ: ଭୂତତ୍ତ୍ୱବିତ୍‌ଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ ଜୋରଦାର

ଦାରିଙ୍ଗବାଡ଼ି,୨୮ା୩ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ହାତୀମୁଣ୍ଡା ପଞ୍ଚାୟତର ବିଜାଲି ଏବଂ କୁମ୍ଭାରିପଦର ଅଞ୍ଚଳରେ ଗ୍ରାଫାଇଟ୍‌ର ସନ୍ଧାନ ମିଳିଛି। ଏହାକୁ ନେଇ ବ୍ରହ୍ମପୁରରୁ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକମାନେ ସର୍ଭେକୁ ଜୋରଦାର କରିଛନ୍ତି। ପ୍ରାୟ ୦.୨୫ ସ୍କୋୟାର କିଲୋମିଟର ସ୍ଥାନକୁ ଏବେ ମାପ କରାଯାଇ ଚିହ୍ନଟ କରାଯାଉଛି। କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଭୂତତ୍ତ୍ୱବିତ୍‌ ବୈଜ୍ଞାନିକ ଲାଜବନ୍ତି ଦେବୀଙ୍କ ନେତୃତ୍ୱରେ ବୈଜ୍ଞାନିକ ଜଗଜିତ ବେହେରା, ସୌରଭ ପ୍ରଧାନ ଏବଂ ସର୍ଭେ ଅଫିସର ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟ କରୁଛନ୍ତି। ପ୍ରତିଦିନ ସକାଳ ୮ଟାରୁ ଅପରାହ୍ନ ପର୍ଯ୍ୟନ୍ତ ପାହାଡ଼ ଅଞ୍ଚଳରେ ଏହି ସର୍ଭେ କରାଯାଉଛି। ତେବେ କେତେ ପରିମାଣର ଗ୍ରାଫଇଟ୍‌ ଏଠାରୁ ଉତ୍ତୋଳନ ହୋଇପାରିବ ସେ ପ୍ରକ୍ରିୟା ବା ତା’ର ସର୍ଭେ ସରିନାହିଁ। ଏବେ କେବଳ ଗ୍ରାଫାଇଟ୍‌ ରହିଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଉଛି। ଏହି କାର୍ଯ୍ୟ ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଆହୁରି ୧୫ ଦିନ ଲାଗିବ। ଡିଜିଟାଲ ଥିଓଡିଓଲାଇଟ ଯନ୍ତ୍ର ସାହାଯ୍ୟରେ ଏହି କାର୍ଯ୍ୟକୁ ନିଜେ ସର୍ଭେ ଅଧିକାରୀ ଗୋପାଳ ଚନ୍ଦ୍ର ସାହୁ ମାପ କରୁଥିବା ଓ ସର୍ଭେ କରୁଥିବା କହିଛନ୍ତି। ଏହି ଗ୍ରାଫାଇଟ୍‌ ଉତ୍ତୋଳନ ହେଲେ ଭାରତବର୍ଷ ଏକ ଶକ୍ତିଶାଳୀ ଦେଶ ହୋଇପାରିବ। ଏହି ଗ୍ରାଫାଇଟ୍‌ ଏକ ତରଳ ପଦାର୍ଥ ହୋଇଥିବା ବେଳେ ଏହା ଅନେକ ଅସ୍ତ୍ରଶସ୍ତ୍ରରେ ବ୍ୟବହାର କରାଯାଇପାରିବ। ରାଜ୍ୟରେ ଅନେକ ସ୍ଥାନରେ ଗ୍ରାଫାଇଟ୍‌ ରହିଥିବା ଚିହ୍ନଟ ହୋଇଥିଲେ ମଧ୍ୟ କେଉଁଠି ଚିହ୍ନଟ ହୋଇ ପାରିନାହିଁ। ଜିଲାର ତୁମୁଡ଼ିବନ୍ଧ ବ୍ଲକ୍‌ ଅଞ୍ଚଳରେ ଏହା ଚିହ୍ନଟ ହୋଇଥିଲେ ମଧ୍ୟ ଜଙ୍ଗଲ ଓ ପରିବେଶ ନଷ୍ଟ ହେବା ଆଶଙ୍କାରେ ସରକାର ସେଠାରୁ ଗ୍ରାଫାଇଟ୍‌ ଉତ୍ତୋଳନକୁ ସ୍ଥଗିତ ରଖିଛନ୍ତି। ଯଦି ଏହା ବିଜାଲିରେ ଉତ୍ତୋଳନ କରାଯାଏ, ତେବେ ଏହା ଜିଲା ତଥା ରାଜ୍ୟରେ ପ୍ରଥମ ଗ୍ରାଫାଇଟ୍‌ ଖଣି ଉତ୍ତୋଳନ ବୋଲି କୁହାଯାଇପାରିବ।
ପ୍ରକାଶ ଯେ, ଗତ ହୁଦ୍‌ହୁଦ୍‌, ତିତିଲି ଭଳି ଏକାଧିକ ବାତ୍ୟା, ବର୍ଷାରେ ହାତୀମୁଣ୍ଡା ପଞ୍ଚାୟତର କୁମ୍ଭାରିପଦରରେ ଭୂସ୍ଖଳନ ହୋଇଥିଲା। ଏଥିରେ ଶହ ଶହ ଲୋକ ହଇରାଣ ହେବା ସହ ଲୋକଙ୍କ ଚାଷଜମି ନଷ୍ଟ ହୋଇଥିଲା। ବର୍ଷା ଓ ବାତ୍ୟା ଆସିଲେ କୁମ୍ଭାରିପଦର ଲୋକଙ୍କ ଛାତି ଥରୁଥିଲା। ବର୍ଷା ଓ ବାତ୍ୟା ଆସିଲେ ପ୍ରଶାସନ ସେଠାକାର ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପ କରି ରଖିବାକୁ ପଡୁଥିଲା। ଏଭଳି କିଛି ବର୍ଷ ବିତିଗଲା ପରେ ବ୍ରହ୍ମପୁର ଭୂତତ୍ତ୍ୱ ବିଭାଗର ଭୂତତ୍ତ୍ୱବିତ୍‌ ବୈଜ୍ଞାନିକ ଲାଜବନ୍ତି ଦେବୀ ତାଙ୍କ ଦଳ ସହ ଆସି କୁମ୍ଭାରିପଦର ଭୂସ୍ଖଳନ ଅଞ୍ଚଳରୁ ୨୦୨୩ରେ ପଥର, ମାଟି, ବାଲି ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ପରେ ସ୍ପଷ୍ଟ ହେଲା ଯେ, ଉକ୍ତ ଅଞ୍ଚଳରେ ଖଣିଜ ପଦାର୍ଥ ରହିଛି, ଯାହାଫଳରେ ବାରମ୍ବାର ଭୂସ୍ଖଳନ ଘଟୁଛି। ସେହିଦିନଠାରୁ ବୈଜ୍ଞାନିକମାନେ ଉକ୍ତ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଅନୁଧ୍ୟାନ କରି ବିଜାଲି ଅଞ୍ଚଳରେ ମଧ୍ୟ ଖଣିର ସନ୍ଧାନ ପାଇଥିଲେ। ସେବେଠାରୁ ଏହାର ସର୍ଭେ କାର୍ଯ୍ୟକୁ ଜୋରଦାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ଦୋକାନରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଗଞ୍ଜାମ, ୩୧ା୩ (ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଚା’ ଦୋକାନରେ ପୋଲିସ ଚଢ଼ାଉ କରି ଗଞ୍ଜେଇ ଜବତ କରିବା...

ଜାତୀୟ ସ୍ତରୀୟ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ:ମା’ ମାଣିକେଶରୀ ବିଶ୍ୱବିଦ୍ୟାଳୟର ସୁହାନୀ ମନୋନୀତ

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିକଶିତ ଭାରତ ଯୁବ ପାର୍ଲିଆମେଣ୍ଟ ଅବସରରେ ଗତ ୨ ଦିନ...

ବିକାଶ ଶିକ୍ଷାନୁଷ୍ଠାନରେ ସେମିନାର

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ବିକାଶ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜମେଣ୍ଟ ପକ୍ଷରୁ କ୍ୱାଣ୍ଟମ୍‌ ଟେକ୍ନୋଲୋଜି ଏବଂ ନାନୋଚିପ୍‌ ଟେକ୍ନୋଲୋଜି ବିଷୟରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି।...

ଆନନ୍ଦଉଲ୍ଲାସ ମଧ୍ୟରେ ଭାଇଚାରାର ପର୍ବ ଇଦ-ଉଲ-ଫିତର ପାଳିତ: ଇଦଗାହ ପଡିଆରେ ଭିଡ଼

ବରଗଡ଼, ୩୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ ସହରରେ ଇଦ ଉଲ ଫିତର୍‌ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ଲୋକେ ମାସେବ୍ୟାପୀ କଠୋର...

ହଳଧର ସାହିତ୍ୟ ଅସ୍ମିତାର ଆବାହନ

ବରଗଡ,୩୧।୩(ପ୍ରେମାନନ୍ଦ ଖମାରୀ): ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ୭୫ତମ ଜନ୍ମଦିନ ଅବସରରେ ବରଗଡ଼ରେ ସୋମବାର ତ୍ରିଦିବସୀୟ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।...

ଏହି ଦିନ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ

ଗଜପତି(ଗିରିଧାରୀ ପରିଛା):୩୧।୩: ଉତ୍କଳ ଦିବସ ଅବଶରରେ ନିଜର ପ୍ରଥମ ବିଧାୟକ ପାଣ୍ଠି ବଣ୍ଟନ ଆରମ୍ଭ କରିବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ। ସମ୍ବାଦିକ ମାନଙ୍କ...

ଅବସରନେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ କିରାଣି

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ଭଞ୍ଜନଗର ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଗୌଡ ସୋମବାର କର୍ମମୟ ଜୀବନରୁ ଅବସର ନେଇଛନ୍ତି। ତେଣୁ ତାଙ୍କର ସହକର୍ମୀ...

ପୋଲିସ ସହ ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

ମାଲକାନଗିରି,୩୧ା୩(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଓ ବିଜାପୁର ଜିଲା ସୀମାନ୍ତରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମହିଳା ମାଓବାଦୀଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image