ଓ୍ବାଶିଂଟନ୍, ୨୧।୧୨: ମାଇକ୍ରୋବ୍ଲଗିଂ ଆପ୍ ଟୁଇଟରରେ ଏଣିକି ଆକାଉଣ୍ଟ ମଧ୍ୟରେ ପ୍ରଭେଦ ଜାଣିବା ହେବ ଆହୁରି ସହଜ। ପୂର୍ବରୁ ଅଧିକ ଫଲୋୟର୍ସ ଥିବା ଆକାଉଣ୍ଟକୁ ଟୁଇଟର ବ୍ଲୁ ଟିକ୍ ବଟନ୍ ଲଗାଉ ଥିଲା। ଏଣିକି ବିଜ୍ନେସ୍ ଓ ସରକାରୀ ଆକାଉଣ୍ଟ ଚିହ୍ନିବା ସହଜ ହେବ। ଟୁଇଟରରେ ଥିବା ବିଜ୍ନେସ୍ ଟୁଇଟର ଆକାଉଣ୍ଟରେ ନୀଳ ବଟନ୍ ପୂର୍ବପ୍ରକାରେ ରହିବାକୁ ଥିବାବେଳେ ସରକାରୀ କାର୍ଯ୍ୟାଳୟର ଆକାଉଣ୍ଟରେ ଗ୍ରେ ରଙ୍ଗର ବଟନ୍ ରହିବ। ଏହାଦ୍ୱାରା ୟୁଜର୍ସ ସହଜରେ ଆକାଉଣ୍ଟ ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ।