Categories: ଫୁରସତ

ଆସୁଛି ପୃଥିବୀ ପାଇଁ ବଡ଼ ବିପଦ, ଚାରିଆଡ଼େ ଘୋଟିଯିବ ଅନ୍ଧାର

ସୂର୍ଯ୍ୟ ଆମ ପୃଥିବୀ ପାଇଁ ଆଲୋକର ଏକ ବଡ଼ ତଥା ପ୍ରାକୃତିକ ଉତ୍ସ। ସମଗ୍ର ବିଶ୍ୱ ଏଥିରୁ ଆଲୋକ ପାଇଥାଏ। ଯାହା ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଙ୍କ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିବ ନାହିଁ, ତେବେ ସମସ୍ତଙ୍କ ଜୀବନ ବିପଦରେ ପଡ଼ିପାରେ। ଏପରି ସ୍ଥିତିରେ, ଯଦି କୁହାଯାଏ ସୂର୍ଯ୍ୟ ବିନା ଜୀବନ ସମ୍ଭବ ନୁହେଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ମଧ୍ୟ ସୂର୍ଯ୍ୟର ମହତ୍ତ୍ୱ ବିଷୟରେ କହିଛନ୍ତି। ସେମାନେ ଅଧ୍ୟୟନ ମାଧ୍ୟମରେ ଏହା ବିଷୟରେ ନୂଆ ନୂଆ କଥା ମଧ୍ୟ କୁହନ୍ତି।

ଏକ ନୂତନ ଅଧ୍ୟୟନରେ, ସୂର୍ଯ୍ୟଙ୍କର ଏକ ସ୍ଥିର ଜୀବନ ଅଛି ଏବଂ ସମୟ ଆସିବା ପରେ ଏହା ମଧ୍ୟ ଥଣ୍ଡା ହୋଇଯିବ ବୋଲି ଜଣାପଡ଼ିଛି। ହାର୍ଭାର୍ଡ କଲେଜ ଅବଜରଭେଟୋରୀ, ସ୍ମିଥ୍‌ସୋନିଆନ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ତଥା ଜ୍ୟୋତିର୍ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ, ସୂର୍ଯ୍ୟଙ୍କର ଆସନ୍ତା ୫ ବିଲିୟନ ବର୍ଷରେ ଆୟୁ ପୂରଣ ହେବ। ଏହା ସମ୍ପୂର୍ଣ୍ଣ ଥଣ୍ଡା ହୋଇଯିବ। ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟ ଏବେ ମଧ୍ୟ ଜୀବନର ମଧ୍ୟ ଭାଗରେ ଅଛନ୍ତି। ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ପାଓଲା ଟେଷ୍ଟାଙ୍କ ଅନୁଯାୟୀ, ସୂର୍ଯ୍ୟଙ୍କଠାରେ ଘଟୁଥିବା ଆଣବିକ ପ୍ରତିକ୍ରିୟା ଜୀବନଚକ୍ର ଗଣନା ପାଇଁ ଆଧାର ଭାବରେ ବିବେଚନା କରାଯାଇଛି। ପାଓଲା ବ୍ୟାଖ୍ୟା କରିଛନ୍ତି ଯେ, ଏହି ପ୍ରତିକ୍ରିୟାକୁ ଆଧାର ଭାବରେ ଗ୍ରହଣ କରି ସୂର୍ଯ୍ୟଙ୍କ ଜୀବନ କାଳର ତାରିଖ ସ୍ଥିର କରାଯାଇଛି। ଜାଣନ୍ତୁ ସେ ସମ୍ପର୍କରେ…

ପାଓଲାଙ୍କ ଅନୁଯାୟୀ, ୧୯୩୦ ବର୍ଷ ପୂର୍ବରୁ ସୂର୍ଯ୍ୟଙ୍କ ଶକ୍ତିର କେନ୍ଦ୍ର ମାଧ୍ୟାକର୍ଷଣ ଶକ୍ତି ବୋଲି ବିଶ୍ୱାସ କରାଯାଉଥିଲା। ବର୍ତ୍ତମାନ ବୈଜ୍ଞାନିକମାନେ ପରମାଣୁ ପ୍ରତିକ୍ରିୟାକୁ ସୂର୍ଯ୍ୟଙ୍କ ଶକ୍ତିର ଉତ୍ସ ବୋଲି ବିଚାର କରୁଛନ୍ତି। ତଥାପି, ବିଜ୍ଞାନ ସୂର୍ଯ୍ୟଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ସକ୍ଷମ ହୋଇନାହିଁ।
ବିଶେଷଜ୍ଞମାନେ କହିଛନ୍ତି, ବର୍ତ୍ତମାନ ପରମାଣୁ ପ୍ରତିକ୍ରିୟାରୁ ସୂର୍ଯ୍ୟ ଏହାର ଶକ୍ତି ପାଆନ୍ତି। ଯେଉଁ ଦିନ ଏହି ଶକ୍ତି ସମାପ୍ତ ହେବ, ସୂର୍ଯ୍ୟଙ୍କ ଜୀବନ ସମାପ୍ତ ହେବ। ସୂର୍ଯ୍ୟ ପାଉଁଶ ହୋଇଯିବେ। ଫଳରେ ସମଗ୍ର ବିଶ୍ୱ ଅନ୍ଧକାରରେ ରହିବ। ତଥାପି ଏହି ସମୟ ଆସିବାକୁ ୫ ବିଲିୟନ ବର୍ଷ ବାକି

Share