ଜାପାନରେ ବଡ଼ ଭୂକମ୍ପ

ଟୋକିଓ,୨୧।୩ : ଜାପାନର ଉତ୍ତର-ପୂର୍ବ ଭାଗରେ ଶନିବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଭୂକମ୍ପ ପରେ ସୁନାମି ସତର୍କ ସୂଚନା ଜାରି ହୋଇଛି। ୨୦୧୧ରେ ଉକ୍ତ ଅଞ୍ଚଳ ଭୂକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା। ଜାପାନ ପାଣିପାଗ ସଂସ୍ଥା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୨୬ରେ ମିୟାଗି ପ୍ରିଫେକ୍ଚର ଉପକୂଳରେ ଭୂକମ୍ପ ସୃଷ୍ଟି ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ୬୦ କିଲୋମିଟର ଗଭୀରରେ ରହିଛି। ଭୂକମ୍ପ ପରେ ଟୋକୋକୁ ଇଲେକ୍ଟ୍ରିକ୍‌ ପାଓ୍ବାର କମ୍ପାନୀ ଓନାଗାଓ୍ବା ଆଣବିକ କେନ୍ଦ୍ରକୁ ବନ୍ଦ କରିଦେବା ସହ ଯାଞ୍ଚ କରୁଛି। ଭୂକମ୍ପଜନିତ କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିନାହିଁ।

Share