Categories: ଜାତୀୟ

ମିମିକ୍ରି କରିଥିବା ଟିଏମସି ଏମପି କଲ୍ୟାଣଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଧନଖର, ଡିନର ପାଇଁ ଦେଲେ ନିମନ୍ତ୍ରଣ

ନୂଆଦିଲ୍ଲୀ,୫।୧: ଗତବର୍ଷ ହୋଇଥିବା ଶୀତକାଳୀନ ଅଧିବେଶନରେ ସଂସଦ ପରିସର ସରଗରମ ଥିଲା। ଏହି ସମୟରେ ନିଲମ୍ବନକୁ ବିରୋଧ କରି ୧୦୪ ଏମପିଙ୍କୁ ରାଜ୍ୟସଭା ଓ ଲୋକସଭାରୁ ନିଲମ୍ବନ କରାଯାଇଥିଲା। ତେବେ ନିଲମ୍ବନକୁ ବିରୋଧ କରି ସଂସଦ ଆଗରେ ଏମପିମାନେ ଧାରଣା ଦେବାବେଳେ ତୃଣମୂଳ କଂଗ୍ରେସ(ଟିଏମସି) ଏମପି କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଓ ରାଜ୍ୟସଭା ସଭାପତି ଜଗଦୀପ ଧନଖରଙ୍କର ମିମିକ୍ରି କରିଥିଲେ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, କଲ୍ୟାଣଙ୍କର ଜନ୍ମଦିନରେ ଧନଖର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାକୁ ସୋସିଆଲ ମିଡିଆରେ ଶେୟାର କରି ଟିଏମସି ଏମପି, ତାଙ୍କ ବଡପଣକୁ ଧନ୍ୟବାଦ ଦେଇଛନ୍ତି। ଧନଖରଙ୍କ ଏପରି ବ୍ୟବହାରକୁ ସମସ୍ତଙ୍କ ହୃଦୟ ଜିଣିଛି।
କଲ୍ୟାଣ ଏକ୍ସରେ କହିଛନ୍ତି, ମାନନୀୟ ଉପରାଷ୍ଟ୍ରପତି ମୋତେ ଶୁଭେଚ୍ଛା ଜଣାଇଥିବାରୁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ସେ ମୋତେ ଓ ମୋର ସ୍ତ୍ରୀଙ୍କୁ ଡିନର ପାଇଁ ନିମନ୍ତ୍ରଣ ଦେଇଥିବାରୁ ତାଙ୍କ ପାଖରେ ଆଭାର ବ୍ୟକ୍ତ କରୁଛି।

Share