ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ। ଲୋକପ୍ରିୟ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜିନ୍‌ର ପ୍ରତିଯୋଗୀ ପରାଗ କାନସାରାଙ୍କ ବୁଧବାର ନିଧନ ହୋଇଛି। ଏନେଇ ପରାଗଙ୍କ ବନ୍ଧୁ ତଥା ଲୋକପ୍ରିୟ କମେଡିଆନ ସୁନୀଲ ପାଲ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥିସହ ସେ ଏକ ଭିଡିଓ ପୋଷ୍ଟ କରି ଶୋକ ପ୍ରକାଶ କରିଛନ୍ତି। ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ପରାଗ ଗୁଜରାଟ ବଡୋଦରାର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ ଶୋ’ରୁ ଏକ ନୂଆ ପରିଚୟ ମିଳିଥିଲା।

Share