ବବିଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୨୫।୬: ବିଜେଡି ନେନତା ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର୍ସ ଦେଖିବା ପରେ ଜିଏ ଅଧିକାରୀ ବଡ଼ ସୂଚନା ଦେଇଛନ୍ତି। ଜିଏ ଅଧିକାରୀ କହିଛନ୍ତି, ନିର୍ମାଣ ପାଇଁ ଅନୁମତି ନ ଥିଲେ କାର୍ଯ୍ୟାନୁଷ୍ଠାନ ହେବ। ମୂଳ କ୍ୱାର୍ଟର୍ସ ଯାହା ଯେମିତି ଥିଲା, ସେମିତି ରହିଛି । ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଜିଏ ଅଧିକାରୀ ବୁଲିକି ସବୁ ଦେଖିଛନ୍ତି।

ପ୍ରାୟ ୨ ହଜାର ବର୍ଗଫୁଟର ଷ୍ଟିଲ ଷ୍ଟ୍ରକଚର ନିର୍ମାଣ କରାଯାଇଛି। ନିର୍ମାଣ କରାଯାଇଥିବା ଏହି ଷ୍ଟ୍ରକଚର ଦୁଇଟି ଭଙ୍ଗାଯାଇଛି। ଏ ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା କି ନାହିଁ ତଦନ୍ତ ହେବ। ଯଦି ନିର୍ମାଣ ବେଆଇନ ହୋଇଥିବ, ତା’ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଏ ଅଧିକାରୀ କହିଛନ୍ତି।

ବବିଙ୍କ କ୍ୱାର୍ଟର୍ସ ଭିତରେ ନିର୍ମାଣ ଭଙ୍ଗାକୁ ନେଇ ବିବାଦ ଦେଖାଦେଇଛି। କାହିଁକି ନିର୍ମାଣ ହୋଇଥିଲା ଏବଂ କାହିଁକି ଭଙ୍ଗାଯାଉଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।