Categories: ଫୁରସତ

‘ପୁଷ୍ପା’ର ଡାଏଲଗ୍‌ କହିଲେ ଗ୍ରେଟ୍‌ ଖଲି, ଭିଡିଓ ଦେଖିଲେ…

ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ‘ପୁଷ୍ପା’ରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଏବଂ ଡାଏଲଗ୍‌କୁ କପି କରୁଛନ୍ତି। ଏପରିକି ଡେଭିଡ୍‌ ଓ୍ବାର୍ନର, ସୁରେଶ ରାଇନା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀବଲି ହୁକ୍‌ ଷ୍ଟେପ କରୁଥିବା ଭିଡିଓ ଶେୟାର କରିଛନ୍ତି। ବର୍ତ୍ତମାନ, ଦି ଗ୍ରେଟ ଖଲି ‘ପୁଷ୍ପା’ ଫିଲ୍ମର ଏକ ଲୋକପ୍ରିୟ ଡାଏଲଗ୍‌କୁ ଲିପ-ସିଙ୍କ୍‌ କରୁଥିବା ଭିଡିଓ ଶେୟାର କରିଛନ୍ତି।

ଗ୍ରେଟ୍‌ ଖଲି ‘ପୁଷ୍ପା ଦ ରାଇଜ୍‌ ’ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ଭିଡିଓରେ, ସେ ଅଲ୍ଲୁ ଅର୍ଜୁନଙ୍କ ‘ଝୁକେଗା ନହିଁ’ ଡାଏଲଗ୍‌ କହୁଥିବା ଦେଖିବାକୁ ମିଳିଛି। ଗୀତ, ଡ୍ୟାନ୍ସ ଏବଂ ଡାଏଲେଗ ଯୋଗୁ ‘ପୁଷ୍ପା’ ସୋସିଆଲ ମିଡିଆରେ ବେଶ୍‌ ଟ୍ରେଣ୍ଡ୍‌ କରୁଛି।

ବର୍ତ୍ତମାନ ସୁଦ୍ଧା ଏହାକୁ ୪ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଭିଡିଓରେ, ସେ ଅଲ୍ଲୁ ଅର୍ଜୁନଙ୍କ ‘ଝୁକେଗା ନହିଁ’ ଡାଏଲଗ୍‌ କହୁଛନ୍ତି।

ଖଲିଙ୍କର ଏହି ଭିଡିଓକୁ ୟୁଜରମାନେ ବହୁତ ପସନ୍ଦ କରିଛନ୍ତି। କିଛି ୟୁଜର ଭିଡିଓରେ ବହୁତ ମଜାଳିଆ କମେଣ୍ଟ ବି ଦେଇଛନ୍ତି। ସୋସିଆଲ ମିଡିଆରେ ଖଲି ବହୁତ ଆକ୍ଟିଭ୍‌ ରୁହନ୍ତି। ସେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଅନେକ ସମୟରେ ମଜାଳିଆ ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ତାଙ୍କର ଗୋଟିଏ ଗୋଟିଏ ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଥାନ୍ତି।

Share