ସଲମାନଙ୍କୁ ବଡ଼ ପୁରସ୍କାର

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଗତ ୩୪ ବର୍ଷ ହେବ ଲୋକଙ୍କ ମନୋରଞ୍ଜନ କରୁଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ବିବି ହୋ ତୋ ୟୈସି’ ୧୯୮୮ରେ ମୁକ୍ତିଲାଭ କରିଥିଲା। ସଲମାନଙ୍କ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଜବରଦସ୍ତ କ୍ରେଜ ଅଛି। ନିକଟରେ ସାଉଦି ଆରବର ରାଜଧାନୀ ରିୟାଦରେ ଆୟୋଜିତ ହୋଇଥିବା ଜୟ ପୁରସ୍କାର ସମାରୋହରେ ସଲମାନଙ୍କୁ ସମ୍ମାନିତ କରାଯାଇଛି, ସେ ଏହାର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତାଙ୍କୁ ସାଉଦି ଆରବରେ ‘ପର୍ସନାଲିଟି ଅଫ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଫଟୋ ସହିତ ସଲ୍ଲୁ କ୍ୟାପସନ ରଖିଛନ୍ତି – ମୋର ଭାଇ ବୁ ନାସିରଙ୍କୁ ଭେଟି ଖୁସି ଲାଗିଲା। ଏହି ଫଟୋରେ ସଲମାନ ଖାନ ଏକ କଳା ସୁଟରେ ନଜର ଆସିଛନ୍ତି। ସଲମାନ ଖାନଙ୍କ ପ୍ରଶଂସକମାନେ ଏହି ପୋଷ୍ଟରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ସେ ହଲିଉଡ ଅଭିନେତା ଜନ ଟ୍ରାଭୋଲଟାଙ୍କୁ ଭେଟିଥିଲେ।
ବିଗତ କିଛି ମାସ ଧରି, ବିଗ ବସ କାରଣରୁ ସଲ୍ଲୁ ଅଧିକ ବ୍ୟସ୍ତ ଥିଲେ। କିନ୍ତୁ ଏବେ ବିଗ ବସ ସରିବା ପରେ ସଲମାନ ଖାନ ତାଙ୍କ ଫିଲ୍ମ ପାଇଁ ଶୁଟିଂ ଆରମ୍ଭ କରିବେ। ବିଶେଷକରି ସଲମାନ ‘ଟାଇଗର ୩’ର ଅବଶିଷ୍ଟ ଅଶଂ ଶୁଟିଂ ଶେଷ କରିବେ। ଦର୍ଶକମାନେ ମଧ୍ୟ ଏହି ଫିଲ୍ମ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ସେ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ ଶେୟାର କରୁଥିବା ନଜର ଆସିବେ। ଏହା ବ୍ୟତୀତ ‘କିକ ୨’, ‘କଭି ଇଦ କଭି ଦିୱାଲୀ’ ଏବଂ ‘ବଜରଙ୍ଗୀ ଭଜନ’ ର ସିକ୍ୱେଲରେ ସଲ୍ଲୁ ଅଭିନୟ କରିବେ।

Share