ମିଳିଲା ମହିଳାଙ୍କ କଟାମୁଣ୍ଡ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ଘଟଣାରେ କମିଶନରେଟ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ପ୍ରଥମେ ମହିଳାଙ୍କ ପରିଚୟ ମିଳିବା ପରେ ଏବେ କଟା ମୁଣ୍ଡ ମିଳିଛି। ଏଥିସହ ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, କିଛିଦିନ ତଳେ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ମୁଣ୍ଡ ନ ଥିବାରୁ ହାତରେ ଥିବା ଟାଟୁ ଏବଂ ଅଙ୍ଗୁଳି ଚିହ୍ନ ତାଙ୍କ ପରିଚୟ ଦେବ ବୋଲି କୁହାଯାଉଥିଲା। ଏହାପରେ ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ପୋଲିସ ମହିଳାଙ୍କ ପରିଚୟ ପ୍ରକାଶ କରି ନ ଥିବା ବେଳେ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇପାରେ ବୋଲି କୁହାଯାଉଛି।

Share