ଟାଇମ୍ସ ସ୍କୋୟାରରେ ମୋଦିଙ୍କୁ ଭବ୍ୟ ସ୍ବାଗତ, ଚାରିଆଡେ ମୋଦିଙ୍କ ଫଟୋ…

ନ୍ୟୁୟର୍କ,୨୨।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଜାର ହଜାର ଫଟୋ ଏବଂ ବାର୍ତ୍ତା ସହ ଟାଇମ୍ସ ସ୍କୋୟାରରେ ଭବ୍ୟ ସ୍ବାଗତ କରାଯାଇଛି। ଏହା ଏକ ପ୍ରମୁଖ ବ୍ୟବସାୟିକ ଛକ, ପର୍ଯ୍ୟଟନ ସ୍ଥଳୀ ଏବଂ ନ୍ୟୁୟର୍କ ସହରର ମିଡଟାଉନ ମ୍ୟାନହାଟାନର ମନୋରଞ୍ଜନ ହବ।

ଆମେରିକା-ଭାରତ ବ୍ୟବସାୟ ପରିଷଦ କହିଛି ମୋଦିଙ୍କ ଐତିହାସିକ ଆମେରିକା ଗସ୍ତ ପାଇଁ ଐତିହାସିକ ସ୍ବାଗତ ଯୋଜନା କରାଯାଇଛି। ଚାରିଆଡେ ମୋଦିଙ୍କ ଫଟୋ ଲଗାଯାଇଛି। ଏହା ସହିତ ମୋଦିଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଲେଖାଯାଇଛି।

ଆମେରିକା-ଭାରତ ବ୍ୟବସାୟ ପରିଷଦ ଟୁଇଟ କରି କହିଛି, ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ଏହି ଐତିହାସିକ ଗସ୍ତ ପାଇଁ ଆମେରିକା-ଭାରତ ବାଣିଜି୍ୟକ ସମ୍ପର୍କ ତଥା ଆମେରିକା ପାଇଁ ଅମେ ଆମର ସମର୍ଥନ ପ୍ରଦର୍ଶନ କରୁଛୁ।

Share