Categories: ଜାତୀୟ

ଗ୍ରେଟର ନୋଏଡାରେ ବଡ ଦୁର୍ଘଟଣା: ନିର୍ମାଣାଧିନ ବିଲଡିଂର ଲିପ୍ଟ ଖସି ୪ ଶ୍ରମିକ ମୃତ

ଗେଟର ନୋଏଡା,୧୫।୯: ଗ୍ରେଟର ନୋଏଡାରେ ଏକ ବଡ ଦୁର୍ଘଟଣା ହୋଇଥିବା ଖବର ଆସିଛି। ଗ୍ରେଟର ନୋଏଡା ୱେଷ୍ଟର ଡ୍ରିମ ଭ୍ୟାଲି ପ୍ରୋଜେକ୍ଟର ନିର୍ମାଣ ସ୍ଥଳରେ ଲିଫ୍ଟ ଖସିଯିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହା ସହିତ ଗ୍ରେଟର ନୋଏଡା ସିଇଓ ଏନ.ଜି ରବି ଏବଂ ଜିଲା ମାଜିଷ୍ଟ୍ରେଟ ମନୀଷ କୁମାର ବର୍ମା ଜିଲା ହସ୍ପିଟାଲରେ ପହଞ୍ଚିଛନ୍ତି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଥିବା କୁହାଯାଉଛି।

Share