କୁହାଯାଏ ଲୋଭ ଦୁଃଖର କାରଣ। ଯଦି ଆପଣ ଏକଥାରେ ଅବିଶ୍ୱାସ କରୁଥାନ୍ତି ତେବେ ଏକ ମାଙ୍କଡର ଭାଇରାଲ ହେଉଥିବା ଭିଡିଓ ଦେଖିନିଅନ୍ତୁ। ଭିଡିଓ ଦେଖିବା ପରେ ନିଶ୍ଚିତ ମୁହଁରୁ ବାହାରିଯାଇପାରେ ଲୋଭ କରିବା ଉଚିତ ନୁହେଁ।
ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତି ଏକ ମାଙ୍କଡ଼କୁ ଖାଦ୍ୟ ଦେଉଛନ୍ତି। ଗୋଟିଏ ପରେ ଗୋଟିଏ ସେ ବଢ଼ାଇ ଚାଲୁଥିବା ବେଳେ ସେ ତାକୁ ନେବା ଲାଗି ମନା କରୁନାହାନ୍ତି। ଫଳରେ ସେ ଖାଦ୍ୟର ମଜା ଉଠାଇ ପାରୁନାହାନ୍ତି। ଏପରିକି ହାତରେ ଯାହା ଧରିଛନ୍ତି ତାହା ତଳେ ପଡ଼ିଯାଉଛି। ଏପରି ଅନେକ ସମୟ ଚାଲୁଛି।
ଆଇପିଏସ୍ ଅଫିସର ରୁପିନ୍ ଶର୍ମା ଭିଡିଓକୁ ଶେୟାର କରି ଲେଖିଛନ୍ତି, ଆଉ ଅଧିକ ଆଉ ଅଧିକ ଲୋଭ କରି ଯାହା ପାଖରେ ଅଛି ତାର ଆନନ୍ଦ ନେଇହୁଏ ନାହିଁ।
ଦେଖନ୍ତୁ ଭିଡିଓ:
Good morning ! Aaj ka Gyan..☺️
Greed – लालच😊☺️😢😢😢
और और पाने के लालच में,
जो उसके पास है उस आनंद से भी जाता है@hvgoenka @ipsvijrk pic.twitter.com/Kcq8oKI7Hc
— Rupin Sharma (@rupin1992) February 4, 2022