ମାର୍କ କ୍ଲିଫେ
କରୋନାଜନିତ ପରିସ୍ଥିତିରୁ ମୁକୁଳିବା ପାଇଁ ସରକାର ଅନେକ ସୁନ୍ଦର ଓ ସବୁଜ ତଥା ସର୍ବଗ୍ରାହୀ ରାସ୍ତା ଖୋଜୁଛନ୍ତି। ଏଥିପାଇଁ ଆରମ୍ଭ କରିଛନ୍ତି ‘ବିଲ୍ଡ ବ୍ୟାକ୍ ବେଟର’ ସ୍ଲୋଗାନ୍। ପରିବେଶ ଓ ପ୍ରକୃତିଗତ ବିଭିନ୍ନ ଚ୍ୟାଲେଞ୍ଜର ମୁକାବିଲା ତଥା ଉପେକ୍ଷିତ ବର୍ଗ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ବର୍ତ୍ତମାନ ପର୍ଯ୍ୟନ୍ତ ନୀତି ନିର୍ଦ୍ଧାରକମାନେ ଅଧିକରୁ ଅଧିକ ସରକାରୀ ଖର୍ଚ୍ଚ ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଆର୍ଥିକ ରୁଢ଼ିବାଦୀମାନେ ଚିନ୍ତିତ ଯେ ଆର୍ଥିକ ନିଅଣ୍ଟିଆର ବର୍ଦ୍ଧିତ ଜୁଆରରେ ଅର୍ଥବ୍ୟବସ୍ଥା ଋଣରେ ଡୁବିଯିବ ଆଉ ଅର୍ଥନୈତିକ ବଜାର ଅନେକ ପଛକୁ ଚାଲିଯିବ। ଏଯାଏଁ ମହାମାରୀର ପ୍ରକୋପ ସରିନାହିଁ। ସେପଟେ ରାଜନେତାମାନେ ଟିକସ ବୃଦ୍ଧି କରି ଉତ୍ସାହ ଉପରେ ପାଣି ପକେଇ ଦେଇ ପାରନ୍ତି। ସାମାଜିକ ସ୍ଥାୟୀ ପରିବର୍ତ୍ତନ ରାଜସ୍ବ କ୍ଷେତ୍ରରେ କିଛିଟା ସଂସ୍କାର ଓ ସ୍ଥିରତା ଆଣିବ ବୋଲି ସେମାନେ ଦାବି କରିବାକୁ ଚାହିଁବେ। କିନ୍ତୁ ବର୍ତ୍ତମାନ ପାଇଁ ଟିକସ କେତେ ରହିବ ତା’ତୁଳନାରେ କେଉଁ କେଉଁ ଟିକସ ମିଶିକରି ରହିବ ତାକୁ ନେଇ ବିତର୍କ ଜୋର ଧରିଛି। ଉଚ୍ଚ ନୁହେଁ ସ୍ମାର୍ଟ ଟିକସ ଉପରେ ଆଲୋଚନା ଚାଲିଛି। ଏବେ ଶ୍ରମ ଉପରେ ଟିକସ ଜାରି ନ କରି ସଂସାଧନ ବ୍ୟବହାର ଉପରେ ଟିକସ ଜାରି କରିବା ହେଉଛି ଏହାର ଚାବିକାଠି। ତେଣୁ ନୀତି ନିର୍ଦ୍ଧାରକମାନେ ସଂସାଧନ କୈନ୍ଦ୍ରିକ ସାମଗ୍ରୀ ଉପରେ ପ୍ରଗତିଶୀଳ ଓ ଉପଭୋକ୍ତା ଟିକସ ଲଗାଇବା ସମ୍ପର୍କରେ ବିଚାର କରିବା ଉଚିତ।
ଏହା କୌଣସି ନୂଆ ବାଟ ନୁହେଁ। ଅର୍ଥନୀତିଜ୍ଞମାନେ ଏସମ୍ପର୍କରେ ଦୀର୍ଘକାଳରୁ ଆଲୋଚନା କରି ଆସୁଛନ୍ତି ଯେ ସଂସାଧନ ଉପଯୋଗ ଉପରେ ଟିକସ ବଢାଇ ଆୟକର ହ୍ରାସ ଜନିତ କ୍ଷତି ଭରଣା କରାଯାଇପାରିବ। ଏପରି ହେଲେ ପରିବେଶଜନିତ କ୍ଷତି ସମତୁଲ ହୋଇପାରିବ। ଏପରି ଟିକସ ଦ୍ୱାରା ପ୍ରଦୂଷଣକାରୀଙ୍କୁ ସମାଜର କ୍ଷତି କରୁଥିବା ଲାଗି ଦଣ୍ଡିତ କରାଯାଇପାରିବ। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଏହି ପ୍ରସ୍ତାବ ସବୁକୁ ନ୍ୟସ୍ତ ସ୍ବାର୍ଥ କାରଣରୁ ଅଣଦେଖା କରାଯାଉଛି। ଆମେ ମହାମାରୀଜନିତ ଅନେକ ବାଧାବିଘ୍ନରୁ ମୁକୁଳିବାକୁ ଚାହୁଁଛେ। ଏଥିଲାଗି ଆମେ ଅନେକ ସରକାରୀ ପଦକ୍ଷେପ, ବିଜ୍ନେସ୍ ମଡେଲ ଓ ଆମର ବ୍ୟକ୍ତିଗତ ଜୀବନଶୈଳୀକୁ ନୂଆ ଦୃଷ୍ଟିଭଙ୍ଗୀ ନେଇ ଦେଖୁଛେ। ତେବେ ପରିବର୍ତ୍ତନ ଲାଗି ପ୍ରକୃତ ଅବସର ଆସିଛି।
ବିଶ୍ୱ ତାପନର ମୁକାବିଲା ଲାଗି ଏକ ପ୍ରଭାବୀ ଉପାୟ ରହିଛି। ଏଥିରେ ଅଙ୍ଗାରକାମ୍ଳ ନିର୍ଗମନ ଉପରେ କାର୍ବନ ଟିକସ ଲାଗୁ କରିବାକୁ ହେବ। ତା’ଛଡା ବ୍ୟବସାୟ ଯୋଗ୍ୟ ନିର୍ଗମନ ସୀମାକୁ ନିୟନ୍ତ୍ରିତ କରିବାକୁ ପଡ଼ିବ। ଏସବୁ ବାଦ୍ ଜୀବାଶ୍ମ ଜାଳେଣିି ଉପରେ ଦିଆଯାଉଥିବା ସବ୍ସିଡିକୁ ଧୀରେ ଧୀରେ ଶେଷ କରିବାକୁ ହେବ। ଆସନ୍ତା ନଭେମ୍ବରରେ ଗ୍ଲାସ୍ଗୋରେ ହେବାକୁ ଥିବା ମିଳିତ ଜାତିସଂଘ COP26 ପରିବେଶ ସମ୍ମିିଳନୀ ପୂର୍ବରୁ ଏସମ୍ପର୍କରେ ନିଶ୍ଚୟ ଚର୍ଚ୍ଚା ଆଲୋଚନା ଜୋର ଧରିବ। କିନ୍ତୁ ‘ବିଲ୍ଡ ବ୍ୟାକ୍ ବେଟର’ ଏଜେଣ୍ଡା ଯାହା ଜୀବାଶ୍ମ ଜାଳେଣିରୁ ଅକ୍ଷୟ ଶକ୍ତି ଆଡକୁ ପରିବର୍ତ୍ତନ କରିବା ଲାଗି ଆଗେଇଛି ତାହା ସମ୍ମୁଖରେ ରହିଛି ସବୁଠୁ ବଡ଼ ପରିବେଶଗତ ଓ ସାମାଜିକ ଚ୍ୟାଲେଞ୍ଜ । ଏଥିତ୍ପାଇଁ ସବୁଜ ଉପଭୋକ୍ତା ଟିକସ କଥା ସାମ୍ନାକୁ ଆସୁଛି।
କାର୍ବନ ପ୍ରାଇସିଂ କାର୍ବନ ପ୍ରଦୂଷଣକାରୀମାନଙ୍କୁ ବାୟୁମଣ୍ଡଳକୁ ନିର୍ଗମନ କରୁଥିବା ସବୁଜ ଗ୍ୟାସ ହ୍ରାସ କରିବାକୁ ଉତ୍ସାହିତ କରିବ। କାର୍ବନ ପ୍ରାଇସିଂ ଯୋଗାଣ ଚେନ୍ ସହ ସଂଯୋଜିତ ହୋଇ ସଂସାଧନ କୈନ୍ଦ୍ରିକ ସାମଗ୍ରୀ ମୂଲ୍ୟ ବୃଦ୍ଧି,ଉପତ୍ାଦନ ଓ ଉପଯୋଗକୁ ପ୍ରଭାବିତ କରିବ। ଜଣେ ଉପଭୋକ୍ତାଙ୍କ ଦୃଷ୍ଟିକୋଣରୁ କାର୍ବନ ଡାଇଅକ୍ସାଇଡ଼ ନିର୍ଗମନ ଏକ ଅଦୃଶ୍ୟ ଶତ୍ରୁ। ପ୍ରତ୍ୟକ୍ଷ ଉପଭୋକ୍ତା ଟିକସ ସ୍ପଷ୍ଟ ଭାବେ ଲୋକମାନେ କିଣୁଥିବା, ବ୍ୟବହାର କରୁଥିବା ଏବଂ ଠୁଳ କରୁଥିତ୍ବା ସାମଗ୍ରୀଗୁଡ଼ିକର କ୍ଷତି ସହ ସିଧାସଳଖ ସମ୍ପର୍କ ରହିଛି। ସାମଗ୍ରୀଗୁଡ଼ିକର ଓଜନ ଏବଂ ଆକାର ଓ ଅଣ ପାରମ୍ପରିକ ସଂସାଧନ ଉପଯୋଗ ଉପରେ ସବୁଜ ଟିକସ ଏକ ସ୍ପଷ୍ଟ ଛବି ପ୍ରଦାନ କରିବା ସହ ସାମାଜିକ ନିୟମ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ। ବଡ଼ କାର୍ ବ୍ୟବହାର କରୁଥିତ୍ବା କିମ୍ବା ବଡ଼ ଘରେ ରହୁଥିବା ଲୋକମାନେ ଅଧିତ୍କ ଟ୍ୟାକ୍ସ ଦେବେ। ଏହା ମଧ୍ୟ ଉପତ୍ାଦନକାରୀମାନଙ୍କୁ ସଂସାଧାନ କୈନ୍ଦ୍ରିକ ‘ସର୍କ୍ୟୁଲାର’ ପଦ୍ଧତିର ନୂଆ କୌଶଳ ବାହାର କରିବା ଏବଂ ଗ୍ରହଣ କରିବା ଲାଗି କମ୍ ଉତ୍ସାହିତ କରିବ। ପୁନଶ୍ଚ କୁହାଯାଇପାରେ ଯେ, ଏହା ଏକ ନୂଆ ବିଚାରଧାରା ନୁହେଁ। ଇ.ଏଫ୍ ସ୍କୁମାଚର ୧୯୭୩ରେ ତାଙ୍କ ପୁସ୍ତକ ‘ ସ୍ମଲ୍ ଇଜ୍ ବ୍ୟୁଟିଫୁଲ’ରେ ଏହାକୁ ସମର୍ଥନ କରି ତାଙ୍କ ପକ୍ଷ ରଖିତ୍ଛନ୍ତି। ସେବେଠାରୁ ନିର୍ଦ୍ଦିଷ୍ଟ ଭାବେ ଆମେରିକା ଏଥିତ୍ରେ ଅଧିତ୍କ ଜଡ଼ିତ ରହି ଆଗକୁ ଯାଇପାରିଛି। କିିନ୍ତୁ ଆମେ କିଛି କରିପାରି ନାହଁୁ । ବଡ଼ ବଙ୍ଗଳାରେ ବାସ କରିବା ଏବଂ ଅଢେଇ ଟନ୍ ଏସ୍ୟୁଭିର ମାଲିକ ହେବା ଭଳି ପୃଥିବୀ ଚାହିଁବା ଉଚିତ ନୁହେଁ । ଉପଭୋକ୍ତାଙ୍କ କ୍ରୟ ଏବଂ ବହୁଳ ଭାବେ ବ୍ୟବହାର କରୁଥିବା ବସ୍ତୁ ଯଥା କାର୍ ଏବଂ ଘର ଉପରେ କ୍ରମଶଃ ଅଧିକ ଟିକସ ଲାଗୁ କରିବା ଦ୍ୱାରା ଏହା ସେମାନଙ୍କୁ ଏକ ଦୀର୍ଘମିଆଦୀ ବ୍ୟୟ ଅଭ୍ୟାସ ଆପଣାଇବାକୁ ପ୍ରେରିତ କରିବ। ସ୍ବାଭାବିକ ଭାବେ ଅନ୍ୟ ଟିକସ ବୃଦ୍ଧି ଭଳି ଏହି ସବୁ ଉଚ୍ଚ ସାମଗ୍ରୀ ଟିକସ ଅଧିକ ବିରୋଧର ସମ୍ମୁଖୀନ ହେବ। କିନ୍ତୁ ଟିକସ ପାଇଁ ଯୁକ୍ତି ବା ମୂଳାଧାର ଅଧିକ ସ୍ପଷ୍ଟ, ମହତ୍ତ୍ୱପୂର୍ଣ୍ଣ ଏବଂ ନିଷ୍ପକ୍ଷ ହେବା ଦରକାର। ସେଗୁଡ଼ିକର ପ୍ରଗତିଶୀଳ ପ୍ରକୃତି ସୂଚିତ କରେ ଯେ, ଉଚ୍ଚ ଆୟକାରୀ ତଥା ସଂସାଧନ କୈନ୍ଦ୍ରିକ ସାମଗ୍ରୀ ବ୍ୟବହାର କରୁଥିବା ପରିବାରଗୁଡ଼ିକୁ ଏହି ଟିକସ ଜନିତ ଅତ୍ୟଧିତ୍କ ବୋଝ ବହନ କରିବାକୁ ପଡ଼ିବ। ଏକ ଆକଳନ ଅନୁଯାୟୀ, ୨୦୧୫ରେ ବିଶ୍ୱ ଜନସଂଖ୍ୟାର ୧୦% ଧନୀକ ବର୍ଗ ୫୨% କାର୍ବନ ବୃଦ୍ଧିର କାରଣ ହୋଇଥିତ୍ଲେ। ଶୀର୍ଷ ୧% ଉଚ୍ଚ ଧନିକ ବର୍ଗ କେବଳ ୧୫% କାର୍ବନ ନିଗର୍ମନ କରିଥିଲେ। ଧନିକମାନେ ଉପଯୋଗ କରୁଥିବା ସାମଗ୍ରୀ ଏବଂ ଶକ୍ତି ଉପରେ ଅତ୍ୟଧିତ୍କ ସବୁଜ ଟିକସ ଲାଗୁ କଲେ ତାହା ଉଚ୍ଚ ଆୟ କର ଅପେକ୍ଷା ଅଧିକ ସ୍ବୀକାର୍ଯ୍ୟ ହୋଇପାରିବ।
ଅତ୍ୟଧିକ ଉପଯୋଗ ଏବଂ ପରିବର୍ତ୍ତନଶୀଳତାର ବିପଦ ସମ୍ପର୍କରେ ମହାମାରୀ ଏବଂ ଲକ୍ଡାଉନ ଏକ ଶିକ୍ଷା ଦେଇଛି। ମହାମାରୀ ଶେଷ ହୋଇଗଲେ ମଧ୍ୟ ଲୋକେ ବାଧ୍ୟବାଧକତାରେ ଆପଣାଇଥିବା ସେମାନଙ୍କର ନୂଆ ଅଭ୍ୟାସ ବନ୍ଦ କରିଦେବେ। ଅନେକେ କହିବେ ଯେ ଅଧିକ ସାମଗ୍ରୀ ଏକାଠି କରିବା ଦ୍ୱାରା ସେମାନଙ୍କ ସୁଖ ଏବଂ ସ୍ବାସ୍ଥ୍ୟ ବଜାୟ ରହିଥିଲା। ନୂତନ ସବୁଜ ଉପଭୋକ୍ତା ଟିକସର ସମର୍ଥନ ହାସଲ କରିବାକୁ ‘ ଗ୍ରୀନ୍ ଗ୍ରାଣ୍ଡ୍ ବାର୍ଗେନ’ ଆରମ୍ଭ କରି ‘ବିଲ୍ଡ ବ୍ୟାକ୍ ବେଟର’ ଏଜେଣ୍ଡାକୁ କ୍ରିୟାଶୀଳ ତଥା ଆଗକୁ ନେବା ପାଇଁ ସରକାରଙ୍କ ନିକଟରେ ଶକ୍ତିଶାଳୀ ଉପାୟ ରହିଛି। ଏହି ଟିକସ ବ୍ୟବସ୍ଥାରୁ ସଂଗୃହୀତ ରାଜସ୍ବ ଶ୍ରମ ଉପରେ ଲାଗୁ ଟିକସ ହ୍ରାସ କରିବ, ବିଶେଷକରି ନିମ୍ନ ଆୟକାରୀ ବର୍ଗ ଲାଭାନ୍ବିତ ହେବେ। ଏହା ପ୍ୟାକେଜକୁ ଦୁଇଗୁଣ ବଢାଇଦେବ। ‘କାର୍ବନ ଡେଭିଡେଣ୍ଡ’ ଏକ ବିକଳ୍ପ ହୋଇପାରେ,ଯେଉଁଥିରେ ସବୁଜ ଟିକସ ଆୟରେ ପରିବାରଗୁଡ଼ିକ ଏକ ସମାନ ହାରର ଆୟ ପାଇପାରିବେ।
ଏହା ଗରିବ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ ଲାଭ ପହଞ୍ଚାଇବ। ସବୁଜ ଉପତ୍ାଦ ଓ ସେବା ପାଇଁ ଟିକସ ହ୍ରାସ କରିବା କିମ୍ବା ସବ୍ସିଡି ବୃଦ୍ଧି କରିବାର ଆଉ ଏବ ସମ୍ଭାବନା ରହିଛି।
ଆଞ୍ଚଳିକ ବ୍ୟବସାୟ ଏବଂ ସେବାକୁ ମହାମାରୀ ସାଂଘାତିକ ଭାବେ କ୍ଷତି କରିଛି। ମୁଖ୍ୟତଃ ରୋସ୍ତୋରାଁ ଏବଂ ହସ୍ପିଟାଲିଟି ସେକ୍ଟରକୁ ବେଶି କ୍ଷତି କରିଛି। ସମାନ ପ୍ରକାରେ ସବୁଜ ଟିକସ ଆୟରେ ଗ୍ରୀନ୍ ବା ସବୁଜ ନିବେଶ କରାଯାଇପାରିବେ। ଇଲେକ୍ଟ୍ରିକ ଯାନ ଏବଂ ଘରୋଇ ଶକ୍ତି ସିଷ୍ଟମ ଉପରେ ନିବେଶ କରିବାକୁ ସରକାର ସହଯୋଗ କରିବେ। ବ୍ୟବସାୟ ଏବଂ ଆବଶ୍ୟକ ଭିତ୍ତିଭୂମିି, ଗବେଷଣା ଏବଂ ବିକାଶ କ୍ଷେତ୍ରରେ ସରକାରୀ ନିବେଶକୁ ବି ଏହା ପାଣ୍ଠି ଯୋଗାଇପାରିବ। ଏହା ସହ ଏବେ ବିଶ୍ୱର ଆଗୁଆ ଅର୍ଥବ୍ୟବସ୍ଥାରେ ବିତ୍ତୀୟ ନୀତି ବିସ୍ତାରିତ ହୋଇ ରହିବ । ଏହା ସରକାରଙ୍କ ନିଅଣ୍ଟିଆ ପରିସ୍ଥିତିକୁ ଶକ୍ତି ଯୋଗାଇବ ଏବଂ ଏକ ଅଧିକ ସ୍ଥାୟୀ ସୁଧାର ଆରମ୍ଭ କରିବାକୁ ସାହାଯ୍ୟ କରିବ। ଲୋକମାନଙ୍କର ଏବଂ ପୃଥିବୀର ଆବଶ୍ୟକତା ପୂରଣ ପାଇଁ ପୂର୍ବାପେକ୍ଷା ରାଜନୀତିଜ୍ଞମାନେ ଏ କ୍ଷେତ୍ରରେ ଏବେ ଅଧିକ ଧ୍ୟାନ ଦେବା ଦରକାର। ଟିକସ ପ୍ରକ୍ରିୟାକୁ ସବୁଜ କରିବା (ଗ୍ରୀନ ଟ୍ୟାକ୍ସ ସିଷ୍ଟମ) ନିମନ୍ତେ ବହୁ ପ୍ରତୀକ୍ଷିତ ତଥା ମହତ୍ତ୍ୱପୂର୍ଣ୍ଣ ଏଜେଣ୍ଡା ଆପଣାଇବା ଲାଗି ଏହା ହିଁ ଉପଯୁକ୍ତ ସମୟ।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ,ଆଇଏନ୍ଜି ଗ୍ରୁପ୍