Categories: ଜାତୀୟ

ସବୁଜିମା ସଙ୍କଟ, ରାଜରାସ୍ତା ପାଇଁ ୫୦୦୦ରୁ ଅଧିକ ଗଛ ହାଣ ମୁହଁରେ …

ନୂଆଦିଲ୍ଲୀ,୨୭।୯: ଜାତୀୟ ରାଜପଥ ନିର୍ମାଣ ନେଇ ଏବେ ଦିଲ୍ଲୀରେ ସବୁଜିମା ଉପରେ ସଙ୍କଟ ସୃଷ୍ଟି ହୋଇଛି। ପୂର୍ବ ଏବଂ ଉତ୍ତରପୂର୍ବ ଦିଲ୍ଲୀରେ ହେବାକୁ ଥିବା ୬ ଲେନ୍‌ ବିଶିଷ୍ଟ ରାଜପଥ ପାଇଁ ୧୪ ହେକ୍ଟରରୁ ଅଧିକ ବନଭୂମି ଅଧିଗ୍ରହଣ କରାଯିବ। ଏହି ବନଭୂମିରେ ଥିବା ୫,୧୦୪ ଗଛ ହାଣ ମୁହଁରେ ପଡ଼ିବାର ଆଶଙ୍କା ଦେଖାଦେଇଛି।

ଭାରତୀୟ ରାଜୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ନିର୍ମାଣ ହେବାକୁଥିବା ଦିଲ୍ଲୀ-ସହାରଣପୁର ସଡ଼କର ୧୪.୭୫ କିଲୋମିଟର ରାସ୍ତାର ବିକାଶ ଲାଗି ଦିଲ୍ଲୀ ବନ ବିଭାଗକୁ ଏନେଇ ଅନୁମତି ଲୋଡ଼ା ଯାଇଛି। ଅକ୍ଷରଧାମ ଜାତୀୟ ରାଜପଥ-୯ ସଙ୍କଶନ ଏବଂ ଦିଲ୍ଲୀ ଉତ୍ତରପ୍ରଦେଶ ସୀମା ମଧ୍ୟରେ ଏସବୁ ଗଛଗୁଡ଼ିକ ରହିଛି।

୧୯୧ ଗଛକୁ ଅନ୍ୟ ଜମିକୁ ସ୍ଥାନାନ୍ତରଣ କରାଯିବାର ପ୍ରସ୍ତାବ ମଧ୍ୟ ରହିଛି ବୋଲି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କୁହାଯାଇଛି।

Share