ନୂଆଦିଲ୍ଲୀ,୨।୬: ମେ’ ମାସରେ ବିଦ୍ୟୁତ୍ ଚାହିଦା ୨୩.୫% ବୃଦ୍ଧି ସତ୍ତ୍ୱେ ଦେଶର ଗ୍ରୀନ୍ ଏନର୍ଜି ଉତ୍ପାଦନ କ୍ଷମତା ଭାରତର କୋଇଲା ଉପରେ ନିର୍ଭରତାକୁ କମ୍ କରିଛି। ଏ ସମ୍ପର୍କରେ ରଏଟର୍ସ ତଥ୍ୟରୁ ଜଣାଯାଇଛି। ଚାହିଦାର ଅଧିକ ମାତ୍ରାରେ ବୃଦ୍ଧି ସତ୍ତ୍ୱେ ନବୀକରଣଯୋଗ୍ୟ ଶକ୍ତିରେ ଯୋଗାଣ ବଢୁଥିବା କାରଣରୁ ଦେଶରେ କୋଇଲା ଅଭାବ ଅନୁଭବ ହେଉନାହିଁ। ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଅକ୍ଷୟ ଶକ୍ତି ଉତ୍ସଗୁଡ଼ିକର ଅଂଶଗ୍ରହଣ ମେ’ ମାସରେ ବୃଦ୍ଧି ପାଇ ୧୪.୧% ହୋଇଯାଇଛି। ଏପ୍ରିଲରେ ଏହି ଅଂଶଗ୍ରହଣ ହାର ୧୦.୨% ଥିଲା। ବିଦ୍ୟୁତ୍ ଶକ୍ତି ଅଭାବ, ବଢୁଥିବା ବିଦ୍ୟୁତ୍ ଚାହିଦା ଉପରେ ନିର୍ଭର କରେ। ତେଣୁ ଏହାକୁ ନଜରରେ ରଖିଲେ ୨୦୨୩ ମାର୍ଚ୍ଚ ସୁଦ୍ଧା ବିଦ୍ୟୁତ୍ ଚାହିଦା ୩୮ ବର୍ଷରେ ସର୍ବାଧିକ ରହିପାରେ ବୋଲି ଆଶା କରାଯାଉଛି।